Homelocalପଥର ଧସି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ; ଅଟକିଛି ଇଣ୍ଟରସିଟି ଏବଂ ହୀରାଖଣ୍ଡ ଏକ୍ସପ୍ରେସ୍

ପଥର ଧସି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ; ଅଟକିଛି ଇଣ୍ଟରସିଟି ଏବଂ ହୀରାଖଣ୍ଡ ଏକ୍ସପ୍ରେସ୍

କଲ୍ୟାଣସିଂହପୁର, (୨୫/୦୯) : ଆପ୍ର : ରାୟଗଡ଼ା ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ କେ ଆର ଲାଇନ ରେଳପଥରେ ପଥର ଧସି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଶିକରପାଇ ରେଳ ଷ୍ଟେସନ ନିକଟ ରେଳ ଟ୍ରାକ୍ ଉପରେ ପଥର ଖସିଛି । ସିକରପାଇରୁ ଭାଲୁମାସ୍କା ମଧ୍ୟରେ କେ ଆର ଲାଇନ ରେ ଦ୍ବିତୀୟ ଲାଇନ ରେଳପଥ କାର୍ଯ୍ୟ ଜାରି ରହିଛି । ୨୯ନମ୍ବର ଟନେଲ ନିକଟରେ ଥିବା ପାହାଡ଼ରୁ ବିରାଟ ମାଟି ଅତଡ଼ା ସହ ପଥର ରେଳ ଲାଇନ ଉପରେ ଧସିବା ପରେ ସିକରପାଇ ଷ୍ଟେସନ୍‌ରେ ଇଣ୍ଟରସିଟି ଏବଂ କେଉଟଗୁଡା ଷ୍ଟେସନରେ ଅଟକିଛିହୀରାଖଣ୍ଡ ଏକ୍ସପ୍ରେସ। ଘଟଣାସ୍ଥଳରେ ରେଳ ବିଭାଗର ସୁରକ୍ଷା କର୍ମୀ ଓ ଇଂଜିନିଅରିଙ୍ଗ କର୍ମଚାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରାୟ ଦୁଇ ଘଣ୍ଟାରୁ ଅଧିକା ସମୟ ଧରି ଟ୍ରେନ ଅଟକି ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଗତକାଲି ଲେଲିଗୁମା ଓ ରାଉଳି ମଧ୍ୟରେ ମାଟି ଧସି ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାୟଗଡ଼ା ରେଳ ଡିଭିଜନ ଡି ଆର ଏମ ଅମିତାଭ ସିଂଘଲ ଓ ଅନ୍ୟାନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିବା ଜଣାପଡ଼ିଛି ।

ବର୍ଷା ଯୋଗୁଁଁ ରାୟଗଡ଼ା ଆନ୍ଧ୍ର ପ୍ରଦେଶ ରାସ୍ତାରେ ଗଛ ପଡ଼ିବା ଯୋଗୁଁଁ ୩ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଛି । ମେଟୁ କେରଡ଼ା ନିକଟରେ ଗୋଟିଏ ବଡ ଗଛ ପଡ଼ିଥିବା ଜଣାପଡ଼ିଛି । ଗତକାଲି ମଧ୍ୟ ପ୍ରବଳ ବର୍ଷା କାରଣରୁ ଏହି ରେଳ ଲାଇନ୍‌ର ଏକାଧିକ ସ୍ଥାନରେ ମାଟି ଅତଡ଼ା ଖସିଥିଲା । ଅଞ୍ଚଳରେ ଲଗାତାର ବର୍ଷା ଲାଗି ରହିଥିବାରୁ ସମସ୍ତ ସମ୍ବେଦନଶୀଳ ପାହାଡ଼ିଆ ଅଞ୍ଚଳ, ଟନେଲ ଏବଂ ରେଳ ଟ୍ରାକ୍ ଉପରେ ରେଳ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments