ଟ୍ରକ୍ ପଛରେ ପିଟିଲା ପିକପ୍ ଭ୍ୟାନ, ୨ ମୃତ

Date:

Share post:

ଛତ୍ରପୁର, (୨୭/୦୬) : ଆପ୍ର : ଟ୍ରକ୍ ପଛରେ ପିଟିଲା ପିକପ୍ ଭ୍ୟାନ । ଗଞ୍ଜାମ ଥାନା ଅଧୀନ ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା ।

ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛରେ ପିଟିଥିଲା ଏକ ପିକଅପ ଭ୍ୟାନ । ଭ୍ୟାନ୍ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି । ଛତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପିକଅପ୍ ଭ୍ଯାନକୁ କାଟି ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ପଠାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ, ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର । ରାଇରଙ୍ଗପୁର ଅଞ୍ଚଳରେ ଏକ ଦୁର୍ଘଟଣାରେ ଚାଲିଯାଇଛି ତିନି ତିନୋଟି ମୂଲ୍ୟବାନ ଜୀବନ । ଗୋରୁମହିଷାଣୀ ଥାନା ଅଧୀନ ଗୋରୁଡ଼ପାଣି ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ୍ ଘାଟି ତଳକୁ ଖସି ପଡ଼ିବାରୁ ଘଟିଛି ଏହି ଦୁଃଖଦ ଅଘଟଣ ।

LEAVE A REPLY

Please enter your comment!
Please enter your name here

spot_img

Related articles

ବିଳମ୍ବରେ ଆରମ୍ଭ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ

ରାୟଗଡା, (୨୭/୦୬) : ଆପ୍ର : ରାୟଗଡା ଜି.ସି.ଡି ଖେଳ ପଡିଆ ଠାରେ ଚଳିତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ...

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର

ପୁରୀ, (୨୭/୦୬) : ଆପ୍ର : ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଜୁନ୍ ୨୯ରେ ଅନୁଷ୍ଠିତ ହେବାକୁ...

ଆଜିଠାରୁ ୫ ଦିନ ଅସ୍ଥିର ରହିବ ପାଗ; ବଜ୍ରପାତ ଓ ପ୍ରବଳ ବର୍ଷା ନେଇ IMDର ପୂର୍ବାନୁମାନ

ଭୁବନେଶ୍ୱର, (୨୭/୦୬) : ଆପ୍ର : ଆସନ୍ତା ୫ ଦିନ ରାଜ୍ୟରେ ପାଗ ବଦଳିବ। ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦...

ପାଠ୍ୟପୁସ୍ତକରେ ତ୍ରୁଟି, ତଦନ୍ତ ରିପୋର୍ଟ ପରେ ଆକ୍ସନ୍ ମୋଡରେ ସରକାର; ନିଲମ୍ବିତ ହେଲେ ୪ ଅଧିକାରୀ

ଭୁବନେଶ୍ୱର, (୨୭/୦୬) : ଆପ୍ର : ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ତ୍ରୁଟିକୁ ନେଇ ସରକାର ନେଇଛନ୍ତି କଡ଼ା ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ...