Homelocalନାଇରାରେ ରାଧାକାନ୍ତ ସଂକୀର୍ତନ ମଣ୍ଡଳୀ ଗଠିତ

ନାଇରାରେ ରାଧାକାନ୍ତ ସଂକୀର୍ତନ ମଣ୍ଡଳୀ ଗଠିତ

ରାୟଗଡା, (୦୧/୧୧) : ଆପ୍ର : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ୍ ଅନ୍ତର୍ଗତ ନାଇରା ଗ୍ରାମରେ ରାଧାକାନ୍ତ ସଂକୀର୍ତ୍ତନ ମଣ୍ଡଳୀ ଗଠନ ହୋଇଯାଇଛି ।WhatsApp Image 2026 10 31 at 14.48.43

ରାମ ହରି ନାମେ କି ରସ ରହିଛି, ଯିଏ ପାନ କରିଛି ସିଏ ସିନା ଜାଣିଛି । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉକ୍ତ ଅଞ୍ଚଳରେ। ହରି ନାମରେ ପ୍ରକମ୍ପିତ ହେଉଥିଲା ସମଗ୍ର ଅଂଚଳ।ସନାତନ ଧର୍ମର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଆବାଳ ବୃଦ୍ଧ ବନିତା ନୂତନ ସଂକୀର୍ତନ ମଣ୍ଡଳୀ ଗଠନ କରି ସାଧାରଣରେ ଚର୍ଚ୍ଚା ଓ ବେଶ ପ୍ରଶଂସାର ପlତ୍ର ହୋଇଛନ୍ତି । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଆଧ୍ଧ୍ୟାତ୍ମିକ ବାର୍ତା ବହନ କରି ନୂତନ ଭାବେ ଶ୍ରୀ ଶ୍ରୀ ଶ୍ରୀ ରାଧାକାନ୍ତ ସଂକୀର୍ତନ ମଣ୍ଡଳୀ ଗଠନ ହୋଇଛି l

ପୁରୁଣା ରାଧାକାନ୍ତ ମନ୍ଦିର ପରିଚାଳକ ବିଶ୍ୱନାଥ ପାଣିଗ୍ରାହୀ ଓ ନୂତନ ମୋଠର ପରିଚାଳକ ସୂର୍ଯ୍ୟ ନାରାୟଣ ସାହୁଙ୍କ ଉଦ୍ୟମରେ ସଂକୀର୍ତନ ମଣ୍ଡଳୀ ଶୁକ୍ରବାର ସଂଧ୍ୟା ୫ ଘଂଟିକା ସମୟର ନୂତନ ଗାୟକ ପପୁନ ପଣ୍ଡାଙ୍କ ନେତୃତ୍ୱ ନେଉଥିବା ସାଗର ପଣ୍ଡାଙ୍କ ଭାବ କଳାରୁ ଦେବ ସ୍ପର୍ଶ ସଂକୀର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛିl ଉତ୍ସବରେ ମୁଖ୍ୟ ଅତିଥି ଗୁରୁ ଶ୍ରୀ ଦିବ୍ୟ ରଞ୍ଜନ ନିସଙ୍କ ଯୋଗ ଦେଇଥିବା ବେଳେ,ସମଗ୍ର ଜିଲ୍ଲା ତଥା ଆଖପାଖ ଅଂଚଳର ଶତାଧିକ ଭକ୍ତ ଓ ସଂକୀର୍ତନ ପ୍ରିୟ ଭକ୍ତ ମାନେ ଉପସ୍ଥିତ ହୋଇ ପ୍ରଭୁ ରାଧାକାନ୍ତଙ୍କ ଆଶୀର୍ବାଦ ଲାଭ କରିଥିଲେ । ଏଥିରେ ପଣ୍ଡିତ ସୁବାସ ଚନ୍ଦ୍ର ରଥ ,ପ୍ରକାଶ ରଥ ,ଜଗନ୍ନାଥ ମହାପାତ୍ର , ବାଲ୍ୟ ପାଣିଗ୍ରାହୀ ସରପଂଚ ଶ୍ରୀମତୀ ତୁଲସା ଶବର, ତ୍ରିନାଥ ମହାନ୍ତି ନିର ପଣ୍ଡା ,ବାବୁଲା ମହାନ୍ତି, କାହ୍ନୁ ପାଣିଗ୍ରାହୀ , ଲଡୁକିଶୋର ପଣ୍ଡା ,ଶିବୁନୁ ସାହୁ ,ଗିରିଧାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments