Homelocalଧସିଲା ଦୁଇ ଶହ ଫୁଟ ଲମ୍ବର ବୈତରଣୀ ନଦୀର ସୁରକ୍ଷା ବନ୍ଧ, ନଦୀକୁଳିଆ ଗାଁ ଲୋକେ...

ଧସିଲା ଦୁଇ ଶହ ଫୁଟ ଲମ୍ବର ବୈତରଣୀ ନଦୀର ସୁରକ୍ଷା ବନ୍ଧ, ନଦୀକୁଳିଆ ଗାଁ ଲୋକେ ଭୟଭୀତ

ଚାନ୍ଦବାଲି, (୨୦/୦୯) : ଆପ୍ର : ଧସିଲା ଦୁଇ ଶହ ଫୁଟ ଲମ୍ବର ବୈତରଣୀ ନଦୀର ସୁରକ୍ଷା ବନ୍ଧ । ଭୟଭୀତ ଚାରି ପଞ୍ଚାୟତର ନଦୀକୁଳିଆ ଗାଁ ଲୋକେ ।

ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ିବା ପରେ ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି ଚାନ୍ଦବାଲି ବ୍ଲକର ଦୋହରାରୁ ସାଠିବାଙ୍କୁଡ଼ା ପର୍ଯ୍ୟନ୍ତ ବୈତରଣୀ ନଦୀ ବନ୍ଧ । ଆଜି ସକାଳୁ ସକାଳୁ ଦୋହରା ନିକଟସ୍ଥ ୨୦୦ ଫୁଟ ଲମ୍ବର ସୁରକ୍ଷା ବନ୍ଧ ଧସି ଯାଇଛି ବୈତରଣୀ ନଦୀକୁ । ମାଟି ବନ୍ଧରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବଡ଼ ବଡ଼ ଗଛକୁ ମଧ୍ୟ ନଦୀ ଟାଣି ନେଇଛି । ଭୟଭୀତ ହୋଇପଡିଛନ୍ତି ନଦୀ କୁଳିଆ ଗାଁ ଲୋକେ । ଲୋକଙ୍କ ଅଭିଯୋଗ, ବନ୍ୟା ସମୟରେ କେବଳ ବାଲିବସ୍ତା ପକାଇ ଜଳସମ୍ପଦ ବିଭାଗ କାମ କରିଥିଲା । ଅଧିକାରୀ ଆସୁଥିଲେ ହେଲେ ବନ୍ୟା ଛାଡ଼ିବା ପରେ ଥରୁଟିଏ ଜଳସମ୍ପଦ ବିଭାଗର ଅଧିକାରୀ ବିପଦପୂର୍ଣ୍ଣ ନଦୀବନ୍ଧ ଦେଖିବାକୁ ଆସିଲେନନି । ଲୋକଙ୍କୁ ମରଣ ମୁହଁକୁ ଜଳସମ୍ପଦ ବିଭାଗ ଠେଲିଦେଉଛି ବୋଲି ଅଭିଯୋଗ କରିଛନ୍ତି ଲୋକେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments