ସୁବର୍ଣ୍ଣପୁର, (୧୯/୦୯) : ଆପ୍ର : ପ୍ରଫେସର ଡ଼ା ବେଣୁଧର ପାଣ୍ଡେଙ୍କ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର ପାଇଁ ସାମ୍ବାଦିକ ସମ୍ମିଳନୀ ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦୁର୍ଗା ମନ୍ଦିର ସଭା ଗୃହ ଠାରେ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଆସନ୍ତା ଅକ୍ଟୋବର ୧୧ ତାରିଖ ରବିବାର ଦିନ ରାଜ୍ୟ ସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି ଦ୍ବାରା ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ସ୍ମୃତି ସଭା, ରକ୍ତଦାନ ଶିବିର, ,ରକ୍ତ ନମୁନା ପରୀକ୍ଷା ରାଜ୍ୟ ସ୍ତରୀୟ କବିତା ଆସର ଓ ଅଞ୍ଚଳର ବିଭିନ୍ନ ପ୍ରଦର୍ଶନ ଲାଭ କରିଥିବା ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସର୍ମର୍ଦ୍ଦିତ କରିବାର କାର୍ଯ୍ୟକ୍ରମ ଏହା ଜନ ସାଧାରଣଙ୍କ ହିତ ପାଇଁ କାର୍ଯ୍ୟ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ପୁଙ୍ଖା ନୁ ପୁଙ୍ଖ ଏହି ବାବଦରେ ଆଲୋକପାତ କରିଥିଲେ ବୁର୍ଲା ସ୍ତ୍ରୀ ଓ ପ୍ରସୁତି ବିଭାଗ ପ୍ରଫେସର ଡ଼ାକ୍ତର ବେଣୁଧର ପାଣ୍ଡେ ।
ପ୍ରଫେସର ଡ଼ା ପାଣ୍ଡେ ଜିଲ୍ଲା ରେ ପ୍ରଥମ କରି ବିଭିନ୍ନ ବିଭାଗର ୮ ଜଣ ସୁପର ସ୍ପେସାଲିଷ୍ଟ,, ୨୫ ଜଣ ବିଶେଷଜ୍ଞ ଡ଼ାକ୍ତର ଓ ୫୦ ରୁ ୬୦ ଜଣ ଅନ୍ୟନ୍ୟ ଡ଼ାକ୍ତର ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ପରିସରରେ ଗତ ୧୧ ତାରିଖ ଦିନ ଉପସ୍ଥିତ ରହି ଲୋକଙ୍କୁ ମାଗଣା ସେବା ଯୋଗାଇବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ରାଜ୍ୟର ୧୦୦ ରୁ ଅଧିକ କବି ,କବୟତ୍ରୀ ଯୋଗ ଦେବାର ସହ, ସମ୍ବଲପୁର ତ୍ରୀଲୋଚନ ନେତାଲୟ ଫକ୍ଷରୁ ଅନବିଜ୍ଞ ଡ଼ାକ୍ତର ଉପସ୍ତିରେ ଚକ୍ଷୁ ପରୀକ୍ଷା ମାଗଣା ଚଷମା ପ୍ରଦାନ, ରକ୍ତ ପରୀକ୍ଷା, ମାଗଣା ଚକ୍ଷୁ ଅପରେସନ କରିବାକୁ ସମ୍ବଲପୁର ନିଆଯିବ, ଅଞ୍ଚଳର ୨୦୨୨ ରୁ ୨୦୨୬ ବର୍ଷରେ ଡ଼ାକ୍ତରୀ ପାଠ ପଡ଼ୁଥିବା ଓ ନବମ ଶ୍ରେଣୀରେ ଅଧିକ ନମ୍ବର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ରଖି ଥିବା ଉଚ୍ଚ ବିଦ୍ୟାଳୟ ଛାତ୍ର, ଛାତ୍ରୀ କୃତ କାର୍ଯ୍ୟ ହୋଇଥିବା ଓ ବିଶ୍ବବିଦ୍ୟାଳୟ ସ୍ତରରେ ବିନିକା ଡିଗ୍ରୀ ମହାବିଦ୍ୟାଳୟ ଟପ୍ପର ହୋଇଥିବା ୨ଜଣ ଛାତ୍ର ଙ୍କୁ ସ୍ମୃତି ସଭାରେ ସମ୍ମଦ୍ଧିତ କରାଯିବା ସହିତ ସ୍ମୃତି ସଭାରେ ରାଜ୍ୟ ସ୍ବସ୍ଥ୍ୟ ମନ୍ତ୍ରୀ, ପୁର୍ବତନ ମନ୍ତ୍ରୀ ,, ଜିଲ୍ଲା ପ୍ରଶାସନ ତଥା ଅନେକ ସୁନାମଧନ୍ୟ ବ୍ୟକ୍ତି ବିଶେଷ ଉପସ୍ତିତ ରହି ସ୍ମୃତି ଚାରଣ କରିବାର କାର୍ଯ୍ୟକ୍ରମର ରହିଛି ।
ଚଳିତ ବର୍ଷ ହାରାହାରି ୧୫ ହରାର ରୁ ଉର୍ଦ୍ଦ ଲୋକଙ୍କ ସମାଗମ ହେବାସହ ବିଭିନ୍ନ ବିଭାଗରେ ହାରାହାରି ପାଞ୍ଚ ହଜାର ରୋଗୀଙ୍କୁ ସେବା ଯୋଗାଇ ଦେବାର ଅନୁମାନ କରିବାସହ ଏହି କାର୍ଯ୍ୟକ୍ରମରେ ପୂର୍ବବର୍ଷ ଭଲି ଚଲିତ ବର୍ଷ ସ୍ବଇଚ୍ଛାରେ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିବାକୁ ଜନସାଧାରଣଙ୍କୁ ବିନିକା ମାଟିର ସନ୍ତାନ ପ୍ରଫେସର ଡ଼ା ପାଣ୍ଡେ ହାତ ଯୋଡ଼ି ନିବେଦନ କରିଛନ୍ତି । ଏଥିରେ ରାଜ୍ୟସ୍ତରୀୟ ଅଭିଜିତ ପୂଜାହାରୀ ସ୍ମୃତି କମିଟି ସଭାପତି ଇଂ ଅର୍ଚ୍ଚନା ପୂଜାହାରୀ, ସମ୍ପାଦକ ପ୍ରୀୟରଞ୍ଜନ ହୋତା, ଦୁର୍ଗା ମନ୍ଦିର ପରିଚାଳା କମିଟି ସଭାପତି ସନ୍ତୋଷ ପଣ୍ଡା, ସମ୍ପାଦକ ଗନ୍ଧର୍ବ ମହାର, ପ୍ରମୋଦ ପଣ୍ଡା, ଅଶ୍ବିନି ପଣ୍ଡା, ଗଜେନ୍ଦ୍ର ମିଶ୍ର, ସୋମିତ୍ରୀ ପତି, ଉଷତ କର ପ୍ରମୁଖ ଉପସ୍ଥିତ ଥିଲେ ।

