ବାଲେଶ୍ଵର, (୨୨/୦୮) : ଆପ୍ର : ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ରାତିସାରା ପୋଲିସର ବ୍ଲକିଂ ଚେକିଂ । ଜିଲ୍ଲାର ସମସ୍ତ ପ୍ରବେଶ ଦ୍ୱାରରେ ଗତକାଲି ରାତିରେ କଡ଼ାକଡ଼ି ଚେକିଂ କରିଛି ପୋଲିସ ।
ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର, ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ଓ ମଦ୍ୟପ ଗାଡ଼ି ଚାଳକଙ୍କୁ ସାବାଡ଼ ପାଇଁ ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଗତକାଲି ଷ୍ଟେସନ ଛକ ନିକଟରେ ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ଅଟକାଇ ବ୍ରେଥ ଅନାଲାଇଜର ସାହାଯ୍ୟ ଚେକିଂ କରାଯିବା ସହ ଚାଲାଣ କଟା ଯାଇଥିଲା । ସେହିଭଳି ସହର ଭିତର ଦେଇ ବିଭିନ୍ନ ଅଞ୍ଚଳ କୁ ଯାଉଥିବା ଯାନବାହାନର କଡ଼ାକଡ଼ି ଯାଞ୍ଚ ହୋଇଛି। ଚେକିଂରେ ବାଲେଶ୍ଵର ଷ୍ଟେସନ ଛକରେ ଅତିରିକ୍ତ ଏସପି ଦେବଜ୍ୟୋତି ଦାଶ ଓ ସହଦେବଖୁଣ୍ଟା ଥାନା ଆଇଆଇସି ଉପସ୍ଥିତ ଥିଲେ । ବାଲେଶ୍ଵର ଷ୍ଟେସନ ଛକରେ ଚାଲିଥିବା ଚେକିଂ ସମୟରେ ଅତିରିକ୍ତ ଏସପି ଦେବଜ୍ୟୋତି ଦାଶ ଏବଂ ସହଦେବଖୁଣ୍ଟା ଥାନାର ଆଇଆଇସି ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟାର ତଦାରଖ କରିଥିଲେ । ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

