HomeBlogଦିନରେ ବେଲୁନ ବେପାର, ରାତିରେ ଚୋରି, ୨ ଅଭିଯୁକ୍ତ ଗିରଫ

ଦିନରେ ବେଲୁନ ବେପାର, ରାତିରେ ଚୋରି, ୨ ଅଭିଯୁକ୍ତ ଗିରଫ

ନୟାଗଡ଼, (୧୮/୦୯) : ଆପ୍ର : ଦିନରେ ବେଲୁନ ବେପାର, ରାତିରେ ଚୋରି । ଏଭଳି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ ଥାନା ପୋଲିସ

୨ ଦିନ ତଳେ ନୟାଗଡ଼ ଦେବୋତ୍ତର କଲୋନୀରେ ୨ ଜଣ ଚୋର ଘରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିଲେ । ଚୋରି କରୁଥିବା ବେଳେ ଘର ମାଲିକ ଉଠି ପଡ଼ିଥିଲେ । ପାଟି କରିବାରୁ ଲୋକେ ଉଠିପଡ଼ି ୨ଜଣଙ୍କୁ କାବୁ କରିଥିଲେ । ଟାଉନ ଥାନା ପୋଲିସ ଖବର ପାଇ ୨ ଚୋରକୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲା । ଦୁଇ ଅଭିଯୁକ୍ତଙ୍କ ଘର ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି । ଦିନରେ ବେଲୁନ ବିକ୍ରି ବେଳେ ବିଭିନ୍ନ ଘରକୁ ଟାର୍ଗେଟ କରନ୍ତି ଏମାନେ । ଆଉ ସୁବିଧା ଦେଖି ରାତିରେ ଚୋରି କରନ୍ତି । ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି । ଅଭିଯୁକ୍ତଙ୍କ ନାଁରେ ନୟାଗଡ଼ ସହ ଅନ୍ୟ ଥାନାରେ ମାମଲା ଥିବା ଏସଡିପିଓ କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments