ସୁବର୍ଣ୍ଣପୁର, (୨୪/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ଚେରୁପାଳି ଛକ ନିକଟରେ ଓର ୦୩ ସି ୧୫୦୧ ନମ୍ବର ବିଶିଷ୍ଟ ଟ୍ରକ ଓ ଓଡି ୧୭ ଏଡି ୫୪୦୦ ନମ୍ବର ବିଶିଷ୍ଟ ମିନି ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି ।
ଏଥିରେ ମିନି ଟ୍ରକର ଡ୍ରାଇଭର ଗୁରୁତର ଥିବା ବେଳେ ଆଉ ଟ୍ରକ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସମ୍ବଲପୁର ପଟରୁ ବିନିକା ପଟକୁ ଏକ ଭୁଷା ବୋଝେଇ ଟ୍ରକ୍ ସାଇ ଫୁଡ ରାଇସ ମିଲରୁ କେ. ସି. ସି.ଗ୍ରୁପ ମିଲକୁ ଆସୁଥିବା ବେଳେ ବିନିକା ପଟରୁ ଯାଉଥିବା ମିନି ଟ୍ରକରେ କିଛି ଲେବର ଯାଉଥିବା ବେଳେ ଉକ୍ତ ସ୍ଥାନରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।
ଫଳରେ ମିନି ଟ୍ରକ ଡ୍ରାଇଭର ଗାଡି ଭିତରେ ଚାପି ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକେ ମିନି ଟ୍ରକରେ ଚାପି ହୋଇ ରହିଥିବା ଡ୍ରାଇଭରକୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପରେ ଘଟଣା ସ୍ଥଳକୁ ବିନିକା ପୁଲିସ ପହଞ୍ଚି ଜେସିବି ମେସିନ ଆଣି ଗୋଟିଏ ଟ୍ରକ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ଘଟଣା ସ୍ଥଳରୁ ପୁଲିସ ଟ୍ରକ ଦୁଇଟିକୁ ଜବତ କରିବା ଗୋଟିଏ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବିନିକା ଏସ. ଆଇ. ମାରୁତ ଚନ୍ଦ୍ର ପଧାନ ସୂଚନା ଦେଇଛନ୍ତି ।

