Homelocalକଳିଙ୍ଗା ଘାଟିରେ ବର୍ଷାର ତାଣ୍ଡବ, ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍

କଳିଙ୍ଗା ଘାଟିରେ ବର୍ଷାର ତାଣ୍ଡବ, ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍

ବ୍ରହ୍ମପୁର, (୨୫/୦୯) : ଆପ୍ର : ଗଭୀର ଅବପାତ ସ୍ଥଳ ଭାଗ ଛୁଇଁବା ପରେ ବି ଗଞ୍ଜାମ ଜିଲ୍ଲାରେ ରହିଛି ପ୍ରଭାବ । ଗଭୀର ଅବପାତ ସ୍ଥଳ ଭାଗ ଅତିକ୍ରମ କରିବା ପରେ ବି ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଆଜି ସ୍କୁଲ କଲେଜ ବନ୍ଦ ରହିବ ।

ଦକ୍ଷିଣରେ ବର୍ଷା ବିତ୍ପାତ । କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ । ଭୁଶୁଡ଼ିଲା ନିର୍ମାଣଧୀନ ଗାର୍ଡୱାଲ୍ । ପ୍ରବଳ ବର୍ଷାରେ ଧୋଇ ହୋଇଯାଇଛି କଳିଙ୍ଗା ଘାଟିର ଅନ୍ଧାରକୋଟି ସମ୍ମୁଖ ଗାର୍ଡୱାଲ୍ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀରେ ଗର୍ଜନ କରୁଛି ସମୁଦ୍ର। ଭୟଭୀତ ଅବସ୍ଥାରେ ମତ୍ସ୍ୟଜୀବୀ । ଜିଲ୍ଲାରେ ୩ଦିନ ହେଲା ବର୍ଷା ଲାଗି ରହିଛି । ବ୍ରହ୍ମପୁରର ମାର୍କଣ୍ଡେଶ୍ବର ବିହାରରେ ଫସି ଥିବା ଲୋକଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍ । ବୋଟ୍ ମାଧ୍ୟମରେ ଉଦ୍ଧାର ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । କଳିଙ୍ଗା ଘାଟିରେ ବିକଳ୍ପ ରାସ୍ତା ଖୋଜୁଛି ପ୍ରଶାସନ । ତଳିଆ ଅଞ୍ଚଳର ୧୬୦୦ରୁ ଅଧିକ ଲୋକ ଏବେବି ବାତ୍ୟା ଆଶ୍ରୟ ସ୍ଥଳୀରେ ଅଛନ୍ତି । କେତେକ ସ୍ଥାନରେ ଏଵେ ଵି ଜଳବନ୍ଦୀ ସ୍ଥିତି ରହିଛି । କ୍ଷୟକ୍ଷତିର ଆକଳନ ପାଇଁ କୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଏଵେ ଵି ବର୍ଷା ଓ ପବନର ଝଟକା ଲାଗିରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments