ସୁବର୍ଣ୍ଣପୁର, (୧୩/୧୧) : ଆପ୍ର : ଓଡିଶା ଟିକସ ପୈଠ ହୋଇ ନ ଥିବା ଓ ଓଡିଶା ପରମିଟ ନ ଥିବା ଏକ ଟିପ ଟ୍ରେଲର ଭାରିଯାନ ବିରୋଧରେ ୩ ଲକ୍ଷ ୬୦ ହଜାର ଟଙ୍କା କଟିଛି ।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା କାଳୀନ ଯାନ ବାହାନ ତନଖି ସମୟରେ ଛତିଶଗଡ଼ ରାଜ୍ୟର ପଞ୍ଜିକୃତ ଏକ ଟିପ ଟ୍ରେଲର ଭାରୀଯାନ ସିଜି – ୧୦ ବିଏଲ – ୫୦୧୯ (CG-10BL-5019) କୁ ଅନ୍ତରାଜ୍ୟ କୋଇଲା ଚାଲାଣ କରୁଥିବା ସମୟରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର କନିଷ୍ଠ ମୋଟର ଯାନ ନିରୀକ୍ଷକ ରାଜେଶ କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସାହାଜପିଟା ନିକଟରେ କାର୍ଯ୍ୟାଳୟ ର ପ୍ରବର୍ତନ ଦଳ ଦ୍ୱାରା ଗାଡ଼ିଟିକୁ ଯାଞ୍ଚ କରାଯାଇଥିଲା ଏବଂ ମୋଟର ଯାନ ଆଇନ ର ୧୯୨(କ), ଓଏମଭିଟି – ୩ ଧାରାରେ (192(A),OMVT-3Act) ରେ ଗାଡି ଉପରେ ୩ ଲକ୍ଷ ୬୦ ହଜାର ଟଙ୍କାର ଚାଲାଣ କାଟିବା ସହ ଗାଡ଼ିଟିକୁ ଜବତ କରି ଡ୍ରାଇଭର ଓ ମାଲିକଙ୍କୁ ଜୋରିମାନା ପୈଠ କରିବା ପାଇଁ ନିର୍ଦେଶ ଦିଆଯାଇଛି, ଯୋଉ ଗାଡିର କି ଓଡିଶା ଟ୍ୟାକ୍ସ ପୈଠ ହୋଇ ନାହିଁ କି ଓଡିଶା ର ପରମିଟ ମଧ୍ୟ ନାହିଁ । ଏହି ଗାଡିଟି ପୂର୍ବରୁ ମଧ୍ୟ ଓଡିଶା ରେ ଚଳପ୍ରଚଳ ହେଉଥିଲା ଏବଂ ବାହାନ ଡାଟାବେସ ହିସାବ ରେ ଗାଡିର ଚାଲାଣ ବକେୟା ଥିବାର ନଜର ଆସିଛି, ଏଭଳି ତନଖି କାର୍ଯ୍ୟକୁ ଜିଲ୍ଲାର ଜନସାଧାରଣଙ୍କ ସହ ବୁଦ୍ଧିଜୀବୀ ମହଲ ତରଫରୁ ସାଧୁବାଦ ଦିଆଯାଉଛି ।

