Homelocalତୃତୀୟ ଥର ପାଇଁ ଗୌରୀଶଙ୍କର ସାମନ୍ତରାୟ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ତୃତୀୟ ଥର ପାଇଁ ଗୌରୀଶଙ୍କର ସାମନ୍ତରାୟ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ବୋରିଗୁମ୍ମା, (୧୪/୧୧) : ଆପ୍ର : ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀଶଙ୍କର ସାମନ୍ତରାୟ ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାର ଗୌରବ ଅର୍ଜନ କରିପାରିଛନ୍ତି ।WhatsApp Image 2026 11 14 at 09.59.14

ଏକ ସ୍ଵତନ୍ତ୍ର ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପରସ୍କାର ପ୍ରଦାନ କରିଛନ୍ତି । ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତଥା ଶିକ୍ଷା କମିଶନର ଡଃ.ଏମ ତିରୁମଲା ନାଏକ ପ୍ରମୁଖ ଉକ୍ତ ସମାରୋହରେ ଉପସ୍ଥିତ ଥିବା ଜଣା ପଡ଼ିଛି । ଗଣିତକୁ ସରଳ ଭାଷାରେ ପିଲାଙ୍କୁ ବୋଧଗମ୍ୟ କରାଇବା କ୍ଷେତ୍ରରେ ତାଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଛାତ୍ରୀଛାତ୍ରଙ୍କ ପାଇଁ ଉପାଦେୟ ହୋଇ ପାରିଛି । ଯାହା ଫଳରେ ଗଣିତ ଶିକ୍ଷା କ୍ଷେତ୍ରରେ ବୋରିଗୁମ୍ମା ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଉପକୃତ ହୋଇ ପାରିଛନ୍ତି ।

ଅନୁରୂପ ଭାବେ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ପିଲାଙ୍କ ଆଗ୍ରହ ତ୍ଵରାନ୍ୱିତ କରିବା ପାଇଁ ମୋଡେଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସାହାଯ୍ୟ କରି ଆସୁଛନ୍ତି । ଯାହା ଫଳରେ ଛାତ୍ରୀଛାତ୍ର ମାନେ ରାଜ୍ଯ ସ୍ତରୀୟ ବିଜ୍ଞାନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବୋରିଗୁମ୍ମା ଉଚ୍ଚ ବିଦ୍ୟାଳୟର ମହିମା ବୃଦ୍ଧି କରି ଆସୁଛନ୍ତି । ଏହି ପୁରଷ୍କାର ପ୍ରାପ୍ତି ପରେ ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅଭିଭାବକ ମାନଙ୍କ ମଧ୍ୟରେ ଉତ୍ସାହ ତଥା ଶିକ୍ଷାଦାନକୁ ନେଇ ନୂତନ ମହତ୍ତ୍ୱାକାଂକ୍ଷା ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments