ସୁବର୍ଣ୍ଣପୁର, (୨୩/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସାଂସ୍କୃତିକ ଓ ସାହିତ୍ୟ ଶିଶୁ ମହୋତ୍ସବ ମହକ ଉଦଯାପିତ ହୋଇଯାଇଛି ।
ସ୍ଥାନୀୟ ମହାରାଜା ଉଚ୍ଚବିଦ୍ୟାଳୟ ଖୋଲା ମଞ୍ଚ ରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ , ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରୀତି ସୁନା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଲିନା ବାବୁ, ସମାଜ କଲ୍ୟାଣ ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଅଞ୍ଜନା କିସାନ୍, ଶିଶୁ ସହାୟତା କେନ୍ଦ୍ର ପ୍ରକଳ୍ପ ଅଧିକାରୀ ସୁଜିତ ମିଶ୍ର, ଅଣଅନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଜୟ ବିଶ୍ୱାଳ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭାପତିତ୍ୱ କରିଥିଲେ । ବରିଷ୍ଠ ଶିକ୍ଷକ ବ୍ରତାନନ୍ଦ ଭୋଇ ସଭାପରିଚାଳନା କରିଥିଲେ। ସେହିଭଳି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ଯୋଗଦେଇ ବିଜୟୀ ଶିଶୁ ମାନଙ୍କୁ ମାନପତ୍ର ଓ ଫଳକ ଦେଇ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ଡ଼କ୍ଟର ସମ୍ୟାରୂପା ରଥ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସଂଯୁକ୍ତା ମାଝୀ, ସମାଜ କଲ୍ୟାଣ ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଅଞ୍ଜନା କିସାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଆଦି ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।
ବିଚାରକ ଦାୟିତ୍ୱ ନିର୍ବାହ କରିଥିଲେ ବ୍ରତାନନ୍ଦ ଭୋଇ , ଗିରିଶ ଚନ୍ଦ୍ର ତ୍ରିପାଠୀ, ଇରାଦତ୍ତ ଖାଁ, ହେମନ୍ତ କୁମାର ସା , ଅଞ୍ଜଳୀ ନେଗୀ । ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟି ସଦସ୍ୟ/ ସଦସ୍ୟା, ଶିଶୁ ସହାୟତା କେନ୍ଦ୍ର କର୍ମଚାରୀ, ଉତ୍କଳ ବାଳାଶ୍ରମ କର୍ମଚାରୀ ଉପସ୍ଥିତ ଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଗୌତମ ମହାପାତ୍ର, ରୁଦ୍ରପ୍ରସନ୍ନ ମିଶ୍ର, ପ୍ରଶାନ୍ତ ମହାକୁଡ଼, ଭାସ୍କର ଦାଶ, ମୃତ୍ୟୁଞ୍ଜୟ ସାହୁ, ଥବିର କାଲସେ, ଅନିଲ ମହଲା, ମାନିନୀ ମହାନ୍ତି, ସ୍ୱାଗତରାଜ ମିଶ୍ର, ଜିତେନ୍ଦ୍ର ମଣ୍ଡଲ ସହଯୋଗ କରିଥିଲେ ।

