ବୋରିଗୁମ୍ମା, (୧୬/୧୧) : ଆପ୍ର : ବୋରିଗୁମ୍ମା ସ୍ଥିତ ଦୋରା କଲ୍ୟାଣ ମଣ୍ଡପ ଠାରେ ଓଡିଶା ସାମ୍ବାଦିକ ସଙ୍ଘ (ଓ.ଜେ.ୟୁ.) କୋରାପୁଟ ଜିଲ୍ଲା ଶାଖା ତରଫରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି ।
ଏଥି ନିମନ୍ତେ ଆୟୋଜିତ ସଭାରେ ଓ.ଜେ.ୟୁ. କୋରାପୁଟ ଜିଲ୍ଲା ସଭାପତି ରବି ନାୟକ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ତଥା ଆଇ.ଜେ.ୟୁ. ର ଜାତୀୟ କାର୍ଯ୍ୟ କାରିଣୀ ସଦସ୍ୟ ରବିଶଙ୍କର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ।କୋଷାଧ୍ୟକ୍ଷ ସୁଶୀଲ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିଲେ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କେ.ସାକିଲି ଦୋରା ଅତିଥି ତଥା ନୂତନ ସଭ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ । ଉପ ସଭାପତି ସୁଜିତ କୁମାର ପଣ୍ଡା,ତ୍ରିନାଥ ନାୟକଙ୍କ ସମେତ ପ୍ରତାପ କୁମାର ହୋତା, ଟୁଟୁ ପଟ୍ଟନାୟକ, ସୁଶାନ୍ତ କୁମାର ପଣ୍ଡା, ଦୟାନିଧି ପଟ୍ଟନାୟକ, ସୁକାନ୍ତ କୁମାର ମାଝୀ, ସୁନୀଲ କୁମାର ଷଡ଼ଙ୍ଗୀ, , କେ. ଗିରିବାବୁ ପ୍ରମୁଖ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ।ଜାତୀୟ ପ୍ରେସ ଦିବସରେ ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବୋରିଗୁମ୍ମା ବ୍ଲକର ତିନି ଜଣ ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ପାଣିଗ୍ରାହୀ (ବାପି ), ରାମଚନ୍ଦ୍ର ନାୟକ, ଏବଂ ଏନ.. ସୁବାସ ଙ୍କୁ ନୂତନ ସଭ୍ୟ ଭାବେ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା ।
ସେମାନଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ଆଗାମୀ ଦିନରେ ଓଡିଶା ସାମ୍ବାଦିକ ସଙ୍ଘ ଯେପରି ସୁଦୃଢ ହୋଇପାରିବ ତଥା ସାମ୍ବାଦିକତା କ୍ଷେତ୍ରରେ ସମ୍ପ୍ରତି କୋରାପୁଟ ଜିଲ୍ଲାରେ ଉପୁଜୁଥିବା ସମସ୍ତ ପ୍ରକାର ପ୍ରଶାସନିକ ଉଦାସୀନତା କୁ କିଭଳି ଭାବରେ ସମ୍ମୁଖୀନ ହେବା ସହ ଚତୁର୍ଥ ସ୍ତମ୍ଭକୁ ଅନ୍ୟ ସ୍ତମ୍ଭ ଗୁଡ଼ିକ ସହ ସଶକ୍ତ ସମନ୍ଵୟ ସ୍ଥାପନ କରି ଜିଲ୍ଲାରେ ଗଣତନ୍ତ୍ରକୁ ସୁଦୃଢ଼ କରାଯାଇ ପାରିବ ସେ ସମ୍ପର୍କରେ N.E.C. ସଭ୍ୟ ତଥା ସାଧାରଣ ସମ୍ପାଦକ ରବିଶଙ୍କର ମହାପାତ୍ର ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ସେନେଇ ସମସ୍ତ ସଦସ୍ୟ ଙ୍କ ମଧ୍ୟ୍ୟରେ ମଧ୍ୟ ସମ୍ୟକ୍ ଆଲୋଚନା ହୋଇଥିଲା । ସମସ୍ତେ ନିଜ ନିଜର ବ୍ୟକ୍ତିଗତ ଅନୁଭୁତିକୁ ଆଧାର କରି ବିଭିନ୍ନ ସମସ୍ୟା ଓ ତା’ର ସହଜ ସମାଧାନ ଉପରେ ଆଲୋକପାତ କରିଥିଲେ ।ଶେଷରେ କୋଷାଧକ୍ଷ ସୁଶୀଳ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

