Homelocalଗୁଣପୁର ବ୍ଲକର ପଗଡବିଲି ଗ୍ରାମରେ ଗୋଷ୍ଟାଷ୍ଟମି ପାଳନ ଉପଲକ୍ଷେ ଗୋ ପୂଜନ ଓ ପ୍ରାଣୀ ଚିକିତ୍ସା...

ଗୁଣପୁର ବ୍ଲକର ପଗଡବିଲି ଗ୍ରାମରେ ଗୋଷ୍ଟାଷ୍ଟମି ପାଳନ ଉପଲକ୍ଷେ ଗୋ ପୂଜନ ଓ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

ଗୁଣପୁର, (୧୭/୧୧) : ଆପ୍ର : ରାୟଗଡ଼ା ଜିଲ୍ଲାର ଗୁଣପୁର ବ୍ଲକ ଅନ୍ତର୍ଗତ ପଗଡବିଲି ଗ୍ରାମରେ ଆଜି ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଗୁଣପୁର ପକ୍ଷରୁ ଗୋ-ବନ୍ଧ୍ୟା ନିରାକରଣ ଓ ପ୍ରାଣୀ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି ।WhatsApp Image 2026 11 17 at 14.23.23 1

ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ରାଧେଶ୍ୟାମ ଦାଶଙ୍କ ତତ୍ତ୍ୱାବଧାନରେ ଏହି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଚାଷୀ ମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୋ-ପୂଜନ ଓ ସଂକୀର୍ତ୍ତନ ମାଧ୍ୟମରେ କରାଯାଇଥିଲା । ଏହି ଶିବିରରେ ୧୫୦ରୁ ଊର୍ଦ୍ଧ୍ୱ ଗାଈ ଓ ମଇଁଷିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ଏଥିସହିତ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଗୁଣପୁର ପକ୍ଷରୁ ସତ୍ୟ ସାଇ ସେବା ସମିତିର ସଦସ୍ୟମାନଙ୍କ ସହଯୋଗରେ ଉପସ୍ଥିତ ଚାଷୀମାନଙ୍କୁ ବିଭିନ୍ନ ସରକାରୀ ପ୍ରାଣୀ ସମ୍ପଦ ବିକାଶ ଯୋଜନା ସମ୍ପର୍କିତ ସଚେତନତା ପ୍ରଚାରପତ୍ର (Leaflets) ବଣ୍ଟନ କରାଯାଇଥିଲା । ଏହାଦ୍ୱାରା ଚାଷୀମାନେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ସରକାରୀ ଯୋଜନା , ଘାସ ଚାଷ ମାଧ୍ୟମରେ ପ୍ରାଣୀପାଳନର ଉନ୍ନତ ପଦ୍ଧତି ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ ।WhatsApp Image 2026 11 17 at 14.23.24

ଏହି ଶିବିରରେ ବିଭାଗୀୟ ପ୍ରାଣୀ ଚିକିତ୍ସକ, ଏକ୍ସ-ରେ ସହାୟକ, ପ୍ରାଣୀଧନ ନିରୀକ୍ଷକ ଏବଂ ଅନ୍ୟାନ୍ୟ ଅଧିନସ୍ଥ କର୍ମଚାରୀମାନେ ଯୋଗଦେଇ ଚିକିତ୍ସା ଓ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଗ୍ରାମାଞ୍ଚଳର ପ୍ରାଣୀ ସମ୍ପଦର ସୁରକ୍ଷା, ଗୋ-ବନ୍ଧ୍ୟା ସମସ୍ୟାର ନିରାକରଣ ଏବଂ ପ୍ରାଣୀପାଳକଙ୍କୁ ଉନ୍ନତ ଚିକିତ୍ସା ସେବା ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଏଵଂ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ milk collection centre ପ୍ରତିଷ୍ଠା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments