ଗୁଣପୁର, (୨୪/୦୯) : ଆପ୍ର : ଆଜି ଜାତୀୟ ସେବା ଯୋଜନା ଦିବସ । ଏହି ଅବସରରେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ମେଗା ରକ୍ତଦାନ ଶିବିର ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ମୋଟ ୪୮୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଗୁଣୁପୁର ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରି ନିଜ ଛାତ୍ର ଜୀବନରେ ଜାତୀୟ ସେବା ଯୋଜନାର ଏକ ସକ୍ରିୟ ସ୍ୱେଚ୍ଛାସେବୀ ଭାବେ ଏହି ଭଳି ରକ୍ତଦାନ ଶିବିର ପରିଚାଳନାରେ ମୁଖ୍ୟ ଭୂମିକାରେ ରହିଥିବା କହିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବିଶ୍ଵବିଦ୍ୟାଳୟର ପ୍ରୋ ଭାଇସ ଚାନ୍ସେଲର ଡ଼ଃ ଏ ଭି ଏନ ଏଲ ଶର୍ମା, ପରୀକ୍ଷା ନିୟନ୍ତ୍ରକ ଡ଼ଃ ପି ବିଜୟ କୁମାର, ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଅଧ୍ୟକ୍ଷ ଡ଼ଃ କେ ମୂରଲୀ ଗୋପାଳ, ସ୍କୁଲ ଅଫ ନର୍ସିଂ ର ଅଧ୍ୟକ୍ଷା କେ ଜୟଶ୍ରୀ, ଡ଼ଃ ପ୍ରତିଭା କର , ଡାକ୍ତର ଏସ ଏସ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତଙ୍କୁ ଉତ୍ସାହିତ କରିଥିଲେ ।
ଏହି ଶିବିରକୁ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ୟୁନିଟ- ୧ ର ବାଣୀ ପ୍ରସାଦ ନାୟକ,ଡ଼ଃ ପ୍ରେମାନଶୁ ଶେଖର ରଥ ,ପ୍ରମୋଦ ରଞ୍ଜନ ପଣ୍ଡା ,ଗୋପାଳ କୃଷ୍ଣ ମହନ୍ତ, ଡ଼ଃ ସୀମାଦ୍ରୀ ରାଜେଶ୍ରୀ, ଡ଼ଃ ରବିନ୍ଦ୍ର କୁମାର ମିଶ୍ର, ରବୀନ୍ଦ୍ର କୁମାର ପଣ୍ତା,କୃଷ୍ଣ ପ୍ରସାଦ ଦାସ,ଜସିଲ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ଗୁଣୁପୁର ରକ୍ତ ଭଣ୍ଡାରରର ଡାକ୍ତର ଆୟୁଷକାନ୍ତ ବେଉରା, ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା, ସଙ୍ଗୀତା ନାୟକ, ରୋଜୀ ନାୟକ ପ୍ରମୁଖ ଯୋଗଦେଇ ୧୪୪ ୟୁନିଟ , ଏମ୍ କେ ସି ଜି ମେଡ଼ିକାଲ କଲେଜ ରକ୍ତ ଭଣ୍ଡାରର ଡାକ୍ତର ବି ଲୋକେଶ ରେଡ୍ଡୀ, ଟେକ୍ନିସୀୟାନ ପ୍ରଦୀପ କୁମାର ସୁବୁଦ୍ଧି, କାଳୁ ସେଠୀ, ଆଲୋକ ମହାନ୍ତି, ଦେବରାଜ ଭୋଇ ପ୍ରମୁଖ ଯୋଗ ଦେଇ ୨୦୦ ୟୁନିଟ ଏବଂ ରାୟଗଡ଼ା ରକ୍ତ ଭଣ୍ଡାରର ଡାକ୍ତର ସୁଦୀପ କୁମାର ରାମ, ଡାକ୍ତର ପବନ କୁମାର ସେନାପତି, ଟେକ୍ନିସୀୟାନ ସରୋଜ କୁମାର ଆଚାର୍ଯ୍ୟ, ଉମାକାନ୍ତ ମିଶ୍ର ଓ ଜଗନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ୧୪୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ ।
ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ଉତ୍ସାହର ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଜାତୀୟ ସେବା ଯୋଜନା ଦିବସ ପାଳନ ଅବସରରେ ପୂର୍ବରୁ ରଚନା, ବକୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆଜି କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ସିଲ୍ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।
ପରେ ଏମ କେ ସି ଜି ମେଡିକାଲ କଲେଜ ରକ୍ତ ଭଣ୍ଡାର ପକ୍ଷରୁ ବିଶ୍ଵବିଦ୍ୟାଳୟ ଏହି ଭଳି ସ୍ଵେଚ୍ଛାକୃତ ରକ୍ତଦାନ ଆୟୋଜନ କରିଥିବାରୁ ମାନପତ୍ର ସହ ସିଲ ପ୍ରଦାନ କରିଥିଲେ । ଏହି ଅବସରରେ ବିଶ୍ଵବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଉପ-ସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା, ମହା ନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, ଉପ କୁଳପତି ଡ଼ଃ ଗୌତମ ଘୋଷ,ରେଜିଷ୍ଟ୍ରାର ଡ଼ଃ ଏନ୍ ଭି ଜଗନ୍ନାଥ ରାଓ ପ୍ରମୁଖ ସମସ୍ତ ରକ୍ତଦାତା ଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଭଳି ମହତ ସେବା କାର୍ଯ୍ୟକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ ।

