ପୋଲସରା, (୨୫/୦୯) : ଆପ୍ର : ପ୍ରଖର ସ୍ରୋତରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବାଘୁଆ ଜଳଭଣ୍ଡାର ୩ଟି ଗେଟ୍ ଖୋଲା ଯାଇଥିବା ବେଳେ ଜଣେ ଯୁବକ ମାଛ ଧରିବାକୁ ଯାଇ ପ୍ରଖର ସ୍ରୋତକୁ ଖସିପଡ଼ିଥିଲେ ।
କିଛି ସମୟ ସଂଘର୍ଷ ପରେ ଭାସି ଭାସି ଯାଇ ଏକ ଗଛରେ ଯୁବକ ସାହାରା ନେଇଥିବା ସୂଚନା ପାଇବା ପାଇ ପରେ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଉଦ୍ଧାର ଯୁବକ ଭଗବାନପୁର ଗାଁ’ର ହୋଇଥିବା ସୂଚନା । ପ୍ରଖର ସ୍ରୋତରେ ଯୁବକ ଭାସିଯିବା ବେଳର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ବାଘୁଆ ଜଳଭଣ୍ଡାରର ୩ଟି ଗେଟ୍ ଖୋଲାଯାଇଥିବା ବେଳେ ଜଳଭଣ୍ଡାରରୁ ପ୍ରଖର ବେଗରେ ପାଣି ବାହାରୁଥିଲା । ଏହି ସମୟରେ ଭଗବାନପୁର ଗାଁ’ର ଜଣେ ଯୁବକ ମାଛ ଧରିବାକୁ ଯାଇଥିଲେ । ତେବେ ହଠାତ୍ ସେ ପ୍ରଖର ଜଳସ୍ରୋତ ମଧ୍ୟରେ ଖସିପଡ଼ିଥିଲେ । ଯୁବକ ଜଣକ ପ୍ରଖର ସ୍ରୋତରେ ଭାସିଯାଇଥିବା ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ଦୀର୍ଘ ପ୍ରୟାସ ପରେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ ।

