ବାଲୁଗାଁ, (୦୭/୧୦) : ଆପ୍ର : ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ । ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ତତ୍ପର ହୋଇଉଠିଛି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ।
କିପରି ଏହି ପକ୍ଷୀଙ୍କ ସୁରକ୍ଷା କରାଯିବ, ତାସହିତ ପକ୍ଷୀ ଶିକାର କିପରି ରୋକା ଯାଇପାରିବ ତାହା ଉପରେ ଚିଲିକା ବନଖଣ୍ଡ ନଜର ରଖିଛି । ସମଗ୍ର ଚିଲିକାରେ ମୋଟ ୫ଟି ରେଞ୍ଜ ତଥା ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ଓ ନୂଆପଡା ରେଞ୍ଜ ରହିଛି । ଏହି ୫ଟି ରେଞ୍ଜରେ ମୋଟ ୨୨ଟି କ୍ୟାମ୍ପ ଗଠନ କରାଇଯାଇଛି । ତାସହିତ ପାଟ୍ରୋଲିଂ ଟିମ ମଧ୍ୟ ଗଠନ କରାଯାଇଛି । ଏନେଇ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଓ କର୍ମଶାଳା ଏବଂ ସଚେତନତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ବାଲୁଗାଁ DFO ଅମ୍ଲାନ ନାୟକ । ଏହି କାର୍ଯ୍ୟକ୍ରମରେ ବାଲୁଗାଁ ମହାବିଦ୍ୟାଳୟ ଅଧକ୍ଷ, ଅଧ୍ୟାପକ, ବହୁ ଛାତ୍ରଛାତ୍ରୀ, ବହୁ ଗଣମାଧ୍ୟମ ପ୍ରତିନିଧି, ACF ଅଧିକାରୀ, ସମସ୍ତ ରେଞ୍ଜ ଅଧିକାରୀ ଙ୍କ ସମେତ ବନବିଭାଗ କର୍ମଚାରୀ ଯୋଗ ଦେଇଥିଲେ ।

