ଅନୁଗୁଳ, (୦୭/୧୦) : ଆପ୍ର : ଅନୁଗୁଳରେ ଫୁଟିଲା ଗୁଳି । ବନ୍ତଳା ଥାନା ବନ୍ତଳ ଗାଁ ନିମ ଛକରେ ଗୁଳିକାଣ୍ଡରେ ଜଣେ ଯୁବକ ମୃତ ।
ମୃତକ ହେଲେ ବନ୍ତଳା ଗାଁ’ର ସୁଶାନ୍ତ ପ୍ରଧାନ । ଗୁଳିମାଡ ପରେ ସୁଶାନ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ ଓ ବାଇକ ଯୁବକ ହୋଇଛି । ଗୁଳିମାଡ ପରେ ଦୁର୍ବୃତ୍ତ ଫେରାର ହୋଇଛନ୍ତି । ଘଟଣାସ୍ଥଳରେ ବନ୍ତଳା ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। କିଏ ଓ କାହିଁକି ସୁଶାନ୍ତଙ୍କୁ ଗୁଳି କରିଛି, କାରଣ ଅସ୍ପଷ୍ଟ ରହିଛି ।

