Homelocalବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର, ୧୨ ଘଣ୍ଟାରେ ନେବ ଅବପାତର ରୂପ

ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର, ୧୨ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର, (୩୧/୧୦) : ଆପ୍ର : ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର । ୧୨ ଘଣ୍ଟାରେ ନେବ ଅବପାତର ରୂପ । ୨ ତାରିଖ ସନ୍ଧ୍ୟାରେ ଆନ୍ଧ୍ର ଉପକୂଳ ମୁହାଁ ହେବା ସମ୍ଭାବନା ।

ବଙ୍ଗୋପସାଗରରେ ପୁଣି ଏକ ସକ୍ରିୟ ପାଣିପାଗ ପ୍ରକ୍ରିୟା ସୃଷ୍ଟି ହୋଇଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ରଟି ଆହୁରି ଘନୀଭୂତ ହୋଇ ଆଜି ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ପ୍ରବଳ ସମ୍ଭାବନା ରହିଛି । ​ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ସିଷ୍ଟମ ସହ ଜଡ଼ିତ ଥିବା ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହି ପ୍ରକ୍ରିୟା ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହେବ ।

ପରବର୍ତ୍ତୀ ସମୟରେ ଏହା କ୍ରମଶଃ ତୀବ୍ରତର ହୋଇ ଆଗାମୀ ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ର ଉପକୂଳ ମୁହାଁ ହେବା ନେଇ ପୂର୍ବାନୁମାନ କରାଯାଇଛି । ​ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି । ଆନ୍ଧ୍ର ଉପକୂଳ ସମେତ ସଂଲଗ୍ନ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଓ ପବନର ପରିମାଣ ବଢ଼ିବା ନେଇ ଆଶଙ୍କା ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments