କଟକ, (୨୧/୦୯) : ଆପ୍ର : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ତିନିଘରିଆ ଗାଁ’ର ରଂଜିତ କୁମାର ନାଟିଆ ।
ବିରିବାଟି କେନାଲରୁ ଉଦ୍ଧାର କଲା ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ । ଗତକାଲି ଗଣେଶ ମୂର୍ତ୍ତି ବିସର୍ଜନ ବେଳେ କଟକ ତାଳଦଣ୍ଡା କେନାଲରେ ଭାସିଯାଇଥିଲେ ରଂଜିତ । ଖବର ପାଇ ଅଗ୍ନିଶମ ଏବଂ ଓଡ଼୍ରାଫ୍ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ଥିଲା । ଆଜି ସକାଳେ ଆଉ ଥରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ ।

