Homelocalଗଣେଶ ଭସାଣିରେ ଅନନ୍ୟ ପରମ୍ପରା, ୯୦ ହଜାରରେ ନିଲାମ ହେଲା ‘ଆଜ୍ଞା ଲଡ଼ୁ’

ଗଣେଶ ଭସାଣିରେ ଅନନ୍ୟ ପରମ୍ପରା, ୯୦ ହଜାରରେ ନିଲାମ ହେଲା ‘ଆଜ୍ଞା ଲଡ଼ୁ’

ଅନୁଗୁଳ, (୨୦/୦୯) : ଆପ୍ର : ୯୦ ହଜାର ଟଙ୍କାରେ ନିଲାମ ହେଲା ଗଣେଶଙ୍କ ଲଡୁ । ଅନୁଗୁଳ ସହରର ପି.ଏମ୍. କମ୍ପ୍ଲେକ୍ସ ପୂଜା ମଣ୍ଡପରେ ପ୍ରଭୁ ଗଣେଶଙ୍କ ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ‘ଆଜ୍ଞା ଲଡ଼ୁ’ ନିଲାମ ।

ଗଣେଶଙ୍କ ‘ଆଜ୍ଞା ଲଡ଼ୁ’ ନିଲାମ ପାଇଁ ଭକ୍ତମାନଙ୍କ ମଧ୍ୟରେ ଲାଗିଥିଲା ପ୍ରତିଯୋଗିତା । ଶେଷରେ ଆଜ୍ଞା ଲଡ଼ୁଟି ୯୦ ହଜାର ଟଙ୍କାରେ ନିଲାମ ହୋଇଥିଲା । ଭସାଣି ଶୋଭାଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ସାମ୍ପ୍ରଦାୟିକ ଏକତା । ସମସ୍ତ ଧର୍ମର ଲୋକେ ପୂଜା ଉତ୍ସବରେ ସାମିଲ ହୋଇଥିଲେ । ପରସ୍ପରକୁ ଅବିର ବୋଳି ସମସ୍ତଙ୍କ ଜୀବନ ରଙ୍ଗୀନ ହୋଇଯାଉ ବୋଲି ପ୍ରାର୍ଥନା କରିଥିଲେ ।

ଅନ୍ୟପଟେ ପୂଜା ମଣ୍ଡପରୁ ବାହାରିଥିବା ଭସାଣି ଶୋଭାଯାତ୍ରା ମଧ୍ୟ ଥିଲା ବେଶ୍ ଆକର୍ଷଣୀୟ। ଶୋଭାଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ସାମ୍ପ୍ରଦାୟିକ ଏକତାର ବାର୍ତ୍ତା । ଜାତି, ଧର୍ମ ଓ ସମ୍ପ୍ରଦାୟର ଭେଦଭାବ ଭୁଲି ସମସ୍ତ ଧର୍ମର ଲୋକେ ଏହି ପୂଜା ଉତ୍ସବରେ ସାମିଲ ହୋଇଥିଲେ । ପରସ୍ପରକୁ ଅବିର ବୋଳି ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ଖୁସିରେ ରଙ୍ଗୀନ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏଭଳି ଭାବେ ଆଜ୍ଞା ଲଡ଼ୁର ଆକର୍ଷଣୀୟ ନିଲାମ ସହ ସାମ୍ପ୍ରଦାୟିକ ଏକତାର ବାର୍ତ୍ତା ଦେଇ ଅନୁଗୁଳରେ ଗଣେଶ ଭସାଣି ଉତ୍ସବ ଶେଷ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments