ପୁରୁଷୋତ୍ତମପୁର, (୨୦/୦୯) : ଆପ୍ର : ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରତି ତିନିବର୍ଷ ରେ ଥରେ ଏହି ଭାଦ୍ରବ ମାସରେ ହେଉଥିବା ଏହି ଯାତ୍ରା ଦ୍ୱାରା ପାଞ୍ଚ ଠାକୁରାଣୀ ଙ୍କୁ ସନ୍ତୁଷ୍ଟ କରିବା ସହ ଗ୍ରାମ ଓ ବ୍ଳକ, ଜିଲ୍ଲା ଓ ରାଜ୍ୟ, ତଥା ଦେଶ ର ମଙ୍ଗଳ କାମନାନିମିତ୍ତ ହୋଇଥାଏ ।
ଏହା ଛଡା ଏହି ଜିଲ୍ଲା ହେଉଛି ଏକ କୃଷି ପ୍ରଧାନ ଜିଲ୍ଲା ତେଣୁ ବର୍ଷକର ଚାଷ ରେ ଉନ୍ନତି ପାଇଁ ଉତ୍ତମ ବର୍ଷା, ବିଭିନ୍ନ ରୋଗ ପୋକ ଦାଉରୁ ରକ୍ଷା, ଗାଁ’ରେ ଶାନ୍ତି, ଶୃଙ୍ଖଳା ରକ୍ଷା, ନିରୋଗୀ ଜୀବନ, ଯାପନ, ସମସ୍ତଙ୍କ ସହିତ ଭାଈଚାରା ସୃଷ୍ଟି କରିବା ଏହି ପୂଜାର ବିଶେଶ୍ୱତ୍ୱ । ଏହି ପୂଜାକୁ ଗ୍ରାମ୍ୟ ଦେବୀ ପୂଜା ପରିଚାଳନା ସଭାପତି ସୁଦର୍ଶନ ନୟକ , ଦେବରାଜ ସାହୁ,ପ୍ରତାପୁର ସରପଞ୍ଚ ଦାଶ ବେହେରା, ନାରାୟଣ ବେହ୍ୱରା, ଅଭିମନ୍ୟୁ ବେହେରା, ଗୋବିନ୍ଦ ବେହେରା, ଗୌରୀ ଶଙ୍କର ରାଉଳ, ପୂର୍ଣ୍ଣ ଚନ୍ଦ୍ର ସାହୁ ଶଙ୍କର ବିଷୋୟୀ, ମାଦନ ମୋହନ ବିଷୋୟୀ , ସମସ୍ତ ଗ୍ରାମବାସୀ, ଯୁବଗୋଷ୍ଟି ଏବଂ ବୟୋଜ୍ୟେଷ୍ଟ ମାନେ ସହଯୋଗ କରିଥିଲେ । ଏହି ଯାତ୍ରା ପ୍ରତି ତିନିବର୍ଷ ରେ ଥରେ ହୋଇଥାଏ ।
ଚାରିଭାରଣ ଳିଆ ଓ ଗୁଡ଼ ୨୦୦ କେଜି ଲେମ୍ବୁ ୨୦୦ ଗୋଟି ଓ ବିଭିନ୍ନ ସର୍କ ପକାଇ ଚାରୋଟିତିନି ଫୁଟିଆ ସାନମୁଆଁ ଓ ଗୋଟିଏ 6ଫୁଟିଆ ବଡ଼ ମୁଆଁ କରାଯାଏ । ଗାଁ’ର ବୁଢ଼ି ଠାକୁରାଣୀ ଗ୍ରାମଦେବୀ, ହରିଚଣ୍ଡୀ, ବାଲିଚଣ୍ଡୀ ଓ ବାଇଧର, ଙ୍କୁ ପୂଜାର୍ଚନାହୋମ କାର୍ଯ୍ୟ କରାଯାଇ ତିନିଫୁଟିଆ ୪ ଗୋଟି ମୁଆଁ, ଚାରିଗୋଟି ଠାକୁରାଣୀ ଙ୍କ ପାଖକୁ ନେଇ ଲୋକମାନେ ଓ ପଣା କଳସୀ ଦେଇ ପୂଜା କରନ୍ତି । ପରେ ଶେଷରେ ବାଇଧର ଠାକୁରାଣୀଙ୍କ ପାଖକୁ ୬ ଫୁଟିଆ ମୁଆଁ କୁ ରଥରେ ଧରି ଏବଂ ମାଆଙ୍କ ପଣା ହାଣ୍ଡି ସହ ଗ୍ରାମବାସୀ ମାନେ ସହ, ସହ ପଣା କଳସୀ ଧରି ବାଜା, ବାଜଣା ବଜାଇ ନୃତ୍ୟ କରି ଗାଁ ପରିଭ୍ରମଣ କରି ଗାଁ ବାହାରେ ଥିବା ବାଇଧର ଠାକୁରାଣୀ ଙ୍କୁ ସମର୍ପଣ କରାଯାଉ ସମସ୍ତେ ତାଙ୍କର ଶରଣ ପଶି ଆଶୀର୍ବାଦ ଭିକ୍ଷା କରିଥାନ୍ତି ।

