Homelocalକପିଳେଶ୍ଵର ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍ ଉଦଯାପିତ

କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍ ଉଦଯାପିତ

ବଙ୍ଗୋମୁଣ୍ଡା, (୨୫/୦୯) : ଆପ୍ର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ଗାଁ’ରେ ଥିବା କପିଳେଶ୍ଵର ଯୁବକ ସଂଘ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଯୁରାବନ୍ଧ ଗ୍ରାମ ଠାରେ ଚାଲିଥିବା ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍ ଉଦଯାପିତ ହୋଇଯାଇଛି ।

ଏଥିରେ ମୂଖ୍ୟ ଅତିଥି ଭାବେ ସମିତି ସଭ୍ୟା ସୁନାସୁତା ମିର୍ଦ୍ଧା, ସମ୍ମାନିତ ଅତିଥି ସଂଘର ପୂର୍ବତନ ସଭାପତି ତିର୍ଥ ବାଗ, ମୁଖ୍ୟ ବକ୍ତା ରାଧାମୋହନ ପୋଢ, ୱାର୍ଡ ମେମ୍ବର ମଦନ ମିର୍ଦ୍ଧା ଓ ସମାଜସେବୀ ବସୁଦେବ ମିର୍ଦ୍ଧା ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ସରପଞ୍ଚ ଯଶୋବନ୍ତୀ ସଗ୍ରିଆ, ସମାଜସେବୀ ନେତ୍ରାନନ୍ଦ ସଗ୍ରିଆ, ଏମ୍୍‌ବିକେ ନିରୁପମା ବଛା, ମା’ ନାରାୟଣୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଝୋଟି, ମ୍ୟୁଜିକ ଚେୟାର, ମଟକି ଫୋଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଚକାଡୋଳା ଭଜନ ସମାରୋହ, ମୟୂରଭଞ୍ଜ କଣ୍ଠଶିଳ୍ପୀ ବିଶ୍ୱନାଥ ପଣ୍ଡା ଓ ସାଥି ଭଜନ ସଂଧ୍ୟା ପରିବେଷଣ କରି ଦର୍ଶକଙ୍କ ମନକୁ ମୁଗ୍ଧ କରିଥିଲେ । ସଂଘର ସଭାପତି ଲିଙ୍ଗରାଜ ପୋଢ ସଭା ପରିଚାଳନା କରିଥିଲେ ଓ ସଂଘର ସଂପାଦକ ତୁଲାଚନ୍ଦ୍ର ପୋଢ ଧନ୍ୟବାଦ ଅର୍ପଣ କରିଥିଲେ । ରଞ୍ଜନ ଭାଟି, ମୋହନ ବାଗ, ଲୋକେଶ୍ଵର ପୋଢ, ସୁରୁ ପୋଢ, ରୁଦ୍ରାକ୍ଷ ବାଗ, ଦିନେଶ ଛତ୍ରିଆ, ଡିଲେଶ୍ୱର ପୋଢ, ପ୍ରଭୁଲାଳ ହଂସ ଓ ସମସ୍ତ ଗ୍ରାମବାସି ଉପସ୍ଥିତ ଥିଲେ । ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments