Homelocalଲଗାଣ ବର୍ଷାରେ ଭାଙ୍ଗିଲା ଘର, କାନ୍ଥ ତଳେ ଚାପି ହୋଇ ଜଣେ ଗୁରୁତର

ଲଗାଣ ବର୍ଷାରେ ଭାଙ୍ଗିଲା ଘର, କାନ୍ଥ ତଳେ ଚାପି ହୋଇ ଜଣେ ଗୁରୁତର

ପାଟଣାଗଡ଼, (୨୫/୦୯) : ଆପ୍ର : ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଘର କାନ୍ଥ ତଳେ ଚାପି ହୋଇ ଜଣେ ଗୁରୁତର ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଗ୍ରାମପଞ୍ଚାୟତ କୁତୁର୍ଲା ଗାଁରେ । ଗୁରୁତରଙ୍କୁ ଗ୍ରାମବାସୀ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଅଧିକ ଗୁରୁତର ହେବାରୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ସରସ୍ବତୀ ପରଡିଆ ତାଙ୍କ ତିନିଝିଅଙ୍କ ସହ ଘରେ ଥିବାବେଳେ ଲଗାଣ ବର୍ଷାରେ ଘରଟି ଭାଙ୍ଗିପଡିଥିଲା । ଦୁଇଝିଅଙ୍କ ସହିତ ସରସ୍ବତୀ ପରଡିଆ ଚାପିହୋଇ ରହିଯାଇଥିଲେ । ଗ୍ରାମବାସୀ ଉଦ୍ଧାର କରି ତିନିଜଣଙ୍କୁ ପାଟଣାଗଡ଼ ଡାକ୍ତରଖାନା ଆଣିଥିବା ବେଳେ ଦୁଇଝିଅ ପ୍ରାଥମିକ ଚିକିତ୍ସା ପରେ ଠିକ ଅଛନ୍ତି । ହେଲେ ସରସ୍ବତୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments