କଣ୍ଟାବାଞ୍ଜି, (୧୩/୧୦) : ଆପ୍ର : କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର ୧୪, ଜେଏମ୍ଜେ ସ୍କୁଲ ନିକଟରେ ସକାଳୁ ସକାଳୁ ଭାଲୁ ଆତଙ୍କ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆଜି ସକାଳ ପ୍ରାୟ ୫ଟା ସମୟରେ ଏକ ଭାଲୁ ଦେଖିବାକୁ ମିଳିଥିଲା । ଏପରିକି ଭାଲୁଟି ଜେଏମ୍ଜେ ସ୍କୁଲର ପାଚେରୀ ଡେଇଁ ସ୍କୁଲ ପରିସର ଭିତରକୁ ଯାଉଥିବା ମଧ୍ୟ ଦେଖିଥିବା ସେମାନେ କହିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁର ସନ୍ଧାନ କରିଥିଲେ । କିନ୍ତୁ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ଭାଲୁର କୌଣସି ସନ୍ଧାନ ମିଳିପାରିନଥିଲା । ସହର ଭିତରେ ଭାଲୁର ଉପସ୍ଥିତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି । ତେଣୁ ଭାଲୁର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

