କଟକ//ଅନୁଗୁଳ, (୦୮/୧୦) : ଆପ୍ର : କଟକରେ ବନ୍ଦର ପ୍ରଭାବ । ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ବାଦାମବାଡ଼ି ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।
ବନ୍ଦ ପାଳନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦିଆଯାଇଛି । ବିଭିନ୍ନ ସ୍ଥାନରେ ପିକେର୍ଟିଂ କରୁଛନ୍ତି କର୍ମୀ । ବନ୍ଦ ପାଳନକୁ ସଫଳ କରିବାକୁ ଆହ୍ବାନ ଦେଉଛନ୍ତି । ଅନ୍ୟପଟେ, ଅନୁଗୁଳରେ ବନ୍ଦର ପ୍ରଭାବ । ରେଳ ଷ୍ଟେସନରେ କଂଗ୍ରେସ କର୍ମୀ ଓ RPF ମଧ୍ୟରେ ଧସ୍ତାଧସ୍ତି । ଗାଡ଼ି ମୋଟର ଚାଲୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ଗନ୍ତବ୍ୟସ୍ଥଳକୁ ଯିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୁମଣ୍ଡ ଭଣ୍ଡୁବର ନିକଟରେ କଂଗ୍ରେସ କର୍ମୀମାନେ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ଅନ୍ୟପଟେ ୫୫ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ମାଲବାହୀ ଗାଡ଼ି ଅଟକି ରହିଛି । ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ମାଲବାହୀ ଗାଡ଼ି ଅଟକି ରହିଛି । ବନ୍ଦ ଯୋଗୁଁ ଉଭୟ ଜିଲ୍ଲାରେ ସାଧାରଣ ଯାତାୟାତ ଓ ଜନଜୀବନ ପ୍ରଭାବିତ ହୋଇଛି ।

