Homelocalକଟକରେ ପନିରକୁ ନେଇ ବଡ଼ ଖୁଲାସା, ମିଶୁଛି ମଇଦା ଓ ଡିଟରଜେଣ୍ଟ

କଟକରେ ପନିରକୁ ନେଇ ବଡ଼ ଖୁଲାସା, ମିଶୁଛି ମଇଦା ଓ ଡିଟରଜେଣ୍ଟ

କଟକ, (୨୪/୦୯) : ଆପ୍ର : କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ନେଇ ଚାଲିଥିବା ଚଢ଼ଉରେ ଜବତ ହୋଇଥିବା ପନିର ନମୁନାକୁ ନେଇ ଆସିଛି ଚାଞ୍ଚଲ୍ୟକର ଟେଷ୍ଟ ରିପୋର୍ଟ

କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜବତ କରାଯାଇଥିବା ପ୍ରାୟ ୭୩ କୁଇଣ୍ଟାଲ ପନିର ଖାଇବା ପାଇଁ ଅନୁପଯୁକ୍ତ ବୋଲି ନମୁନା ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି । କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ଓ ଯୋଗାଣ ନେଇ ଅଭିଯୋଗ ପରେ କେଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ସମୟରେ ବିପୁଳ ପରିମାଣର ପନିର ଜବତ କରାଯିବା ସହ ଏହାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ହରିୟାଣାସ୍ଥିତ ଲ୍ୟାବ୍ କୁ ପଠାଯାଇଥିଲା । ଏବେ ଆସିଥିବା ପରୀକ୍ଷା ରିପୋର୍ଟରେ ଜବତ ପନିର ଖାଦ୍ୟ ଭାବେ ଉପଯୋଗ ପାଇଁ ଅନୁପଯୁକ୍ତ ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ପନିରରେ ମଇଦା ଓ ଡିଟରଜେଣ୍ଟ ମିଶିଥିବା ଜଣାପଡିଛି ।

ରିପୋର୍ଟ ମିଳିବା ପରେ ଏହାକୁ ଫୁଡ୍ ସେଫଟି କମିଶନରଙ୍କ ନିକଟକୁ ପଠାଯାଇଛି । କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ଏହି ଘଟଣାରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ । ତାଙ୍କ ସୂଚନା ଅନୁଯାୟୀ, ଚଢ଼ଉ ସମୟରେ ଜବତ ହୋଇଥିବା ପନିରର ନମୁନା ପରୀକ୍ଷା ପାଇଁ ହରିୟାଣା ଲ୍ୟାବ୍ କୁ ପଠାଯାଇଥିଲା ।

ଏହାର ରିପୋର୍ଟ ଆସିବା ପରେ ଫୁଡ୍ ସେଫଟି କମିଶନରଙ୍କୁ ପଠାଯାଇଛି । ନିର୍ଦ୍ଦେଶ ଆସିବା ପରେ ଆଇନଗତ ପଦକ୍ଷେପ ନିଆଯିବ । ୭୩ କୁଇଣ୍ଟାଲ ଭଳି ବିପୁଳ ପରିମାଣର ପନିର ଖାଇବା ପାଇଁ ଅନୁପଯୁକ୍ତ ଥିବା ରିପୋର୍ଟ ଆସିବା ପରେ କଟକ ସହରରେ ବିକ୍ରି ହେଉଥିବା ପନିରର ମାନକୁ ନେଇ ପ୍ରଶ୍ନ ଉଠିଛି । ଆଗକୁ ମଧ୍ୟ ଅପମିଶ୍ରିତ ଓ ଅସୁରକ୍ଷିତ ଖାଦ୍ୟ ବିରୋଧରେ ଚଢ଼ଉ ଜାରି ରହିବ ବୋଲି କଟକ ମହାନଗର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments