Homelocalସୁବର୍ଣ୍ଣପୁର ଜିଲ୍ଲାରେ ଇଣ୍ଡି ମେଣ୍ଟର ବନ୍ଦ ଶାନ୍ତିପୂର୍ଣ୍ଣ

ସୁବର୍ଣ୍ଣପୁର ଜିଲ୍ଲାରେ ଇଣ୍ଡି ମେଣ୍ଟର ବନ୍ଦ ଶାନ୍ତିପୂର୍ଣ୍ଣ

ସୁବର୍ଣ୍ଣପୁର, (୦୮/୧୦) : ଆପ୍ର : ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ରହିଛି ।WhatsApp Image 2026 10 09 at 07.32.51

ଏମଏମଡିଆର୍‌ ଆଇନ ରଦ୍ଦ, ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ବରଖାସ୍ତ, ପାଠ୍ୟପୁସ୍ତକ ମୁଦ୍ରଣରେ ତ୍ରୁଟି ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପ୍ରମୁଖ ୪ ଦଫା ଦାବିରେ ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଜିଲ୍ଲାରେ ସଫଳ ହୋଇଛି । ବନ୍ଦ ପ୍ରଭାବରେ ସୋନପୁର ସହର ସମେତ ଜିଲ୍ଲାର ଡୁଙ୍ଗୁରିପାଲି, ଉଲୁଣ୍ଡା, ବୀରମହାରାଜପୁର ଓ ତରଭା ବ୍ଲକ୍ ଅଞ୍ଚଳରେ ଜନଜୀବନ ଠପ ହୋଇପଡ଼ିଥିଲା । ବନ୍ଦକୁ ସମର୍ଥନ କରି କଂଗ୍ରେସ ଓ ସହଯୋଗୀ ଦଳର କର୍ମୀମାନେ ସକାଳୁ ବିଭିନ୍ନ ପ୍ରମୁଖ ଛକ ଓ ରାସ୍ତାରେ ପିକେଟିଂ କରିଥିଲେ ।

ଆନ୍ଦୋଳନ କାରୀମାନେ ଏମଏମଡିଆର୍‌ ବିଲ୍‌ ବିରୋଧରେ ନାରାବାଜି କରିବା ସହ ନିର୍ବାଚନ କମିଶନଙ୍କ ବହିଷ୍କାର ଦାବୀ କରିଥିଲେ । ବନ୍ଦର ପ୍ରଭାବରେ ସହରରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ବସ୍‌ ଚଳାଚଳ ବନ୍ଦ ରହିବା ସହ ଅନେକ ଯାନବାହନ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା । ଦୋକାନ, ବଜାର ଓ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଥିଲା । ସାଧାରଣ ଯାତାୟାତ ବ୍ୟାହତ ହେବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟ, ଜିଲ୍ଲା କୋର୍ଟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା । ସହରର ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ ଭଳି ଅନୁଷ୍ଠାନ ମଧ୍ୟ ପ୍ରଭାବିତ ହୋଇଥିଲା । ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ବନ୍ଦ ରେ ଡିସିସି ସଭାପତି ବିନୋଦ ପାତ୍ର, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୁଧୀର କୁମାର ପଣ୍ଡା, ଟାଉନ ସଭାପତି ରଞ୍ଜିତ ରାୟଙ୍କ ସମେତ ଜିତେନ୍ଦ୍ର ପଟ୍ଟନାୟକ, ମାଧବ କୁମ୍ଭାର, ରାଜେନ୍ଦ୍ର ମେହେର, ଶେଷ ମେହେର, ଏସୟୁସିଆଇ ଗୋବିନ୍ଦ ମହାରଣା, ସଚି ସାହୁ • ଲକ୍ଷ୍ମଣ ସୁନା, ନିମାଇଁ ପାଣିଗ୍ରାହୀ, ଜିତେନ୍ଦ୍ର କୁମ୍ଭାର, ଭରତ ଜେନା, ବାବଲୁ କୁମ୍ଭାର, ସନ୍ତୋଷ ମେହେର, ମହମ୍ମଦ ଇମ୍ରାନ, ଶିଶିର ମେହେର, ସୁବାସ ବିଷୋଇ, କୃତିବାସ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ନେତୃତ୍ୱ ନେଇଥିଲେ । ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଥିଲା ।WhatsApp Image 2026 10 09 at 07.32.52

ସେହିପରି ଏହି ଜିଲ୍ଲା ର ବିନିକା ବ୍ଲକ ଓ ନଗର କଂଗ୍ରେସ ତରଫରୁ ଇଣ୍ଡିଆ ମେଣ୍ଟ ଦେଇଥିବା ଓଡିଶା ବନ୍ଦ ଡାକରା କୁ ପାଳନ କରିଛି । ବନ୍ଦକୁ ସକାଳ ୬ ଟାରୁ କଲେଜ ଛକ ଠାରେ ଟାୟାର ଜାଲି ଶହ ଶହ ଯାନ ବାହାନ ଅଟକାଇ ରଖିଥିଲେ । ବ୍ଲକ କଂଗ୍ରେସ ସଭାପତି ରାଧା ମୋହନ ଭୋଇ, ଓ ନଗର କଂଗ୍ରେସ ସଭାପତି ଅଜିତ ଦାଶ, ନେତୃତ୍ୱ ନେଇଥିଲେ । ସହର ର ସରକାରୀ ବେସରକାରୀ କାର୍ଯ୍ୟାଳୟ ତହସିଲ ଅଫିସ, ବ୍ଲକ ଅଫିସ, ସ୍କୁଲ କଲେଜ ସମସ୍ତ ବ୍ୟାଙ୍କ ଓ ଦୋକାନ ବଜାର ବନ୍ଦ ରହିଥିଲା । ବିନିକା ରେ ପିକେଟିଙ୍ଗ କରି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ପଣ୍ଡା, ନରେନ୍ଦ୍ର ସାହୁ, ସଂଗ୍ରାମ କେଶରୀ ନାୟକ, ରବୀନ୍ଦ୍ର ହୋତା,ପ୍ରଦୀପ ସେଠି, ବିଜୟ କୁମାର ଭୋଇ,ସ୍ଵପ୍ନେଶ୍ଵର ପୃଷ୍ଟି, ନରେନ୍ଦ୍ର ପଣ୍ଡା, ବିପିନ ମେହେର, ଅନନ୍ତ କର୍ଣ୍ଣ, ଦଖିଲ ପଧାନ, ନାଗେଶ୍ୱର ବାଗ, ଉମାକାନ୍ତ ଦୀପ, ବିଶ୍ଵନାଥ ହୋତା, ସୁମନ୍ତ ସାହୁ, ଗୋବିନ୍ଦା ଝଙ୍କାର, ସୁବାଷ ମହାକୁର, ରବି ଭଏନା, ସୁରେଶ ବଢ଼େଇ, ହରିହର ଛନ୍ଦ, ହଜାରୁ ସାହୁ, ଅନିଲ ନାଏକ, ନୀଳାଞ୍ଚଳ ବଗର୍ତ୍ତୀ, ଭାଗିରଥି ବଗର୍ତ୍ତୀ, ସୁରେନ୍ଦ୍ର ବଗର୍ତ୍ତୀ,ଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇ ଥିଲେ । ବନ୍ଦ ପାଳନ ସମ୍ପୂର୍ଣ ଶାନ୍ତି ଶୃଙ୍ଖଲା ଥିଲା କୈଣସି ସ୍ଥାନ ରେ କୈଣସି ପ୍ରକାର ଗଣ୍ଡଗୋଳ ହୋଇନଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments