ଗୁଣପୁର – ୧୦/୮/୨୬ : ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) ଓ ସ୍ଵାଧୀନ ଫେଡେରେସନ ଆନୁକୁଲ୍ୟରେ AIKM, AICCTU, INTUC, CITU, AITUC ଓ ଅନ୍ୟାନ୍ୟ ସଂଗଠନ ତରଫରୁ ରାୟଗଡା pwd ବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ବାହାରି କପିଳାସ ଛକ ଠାରେ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଥିଲା ।
ଚାରୋଟି ଶ୍ରମକୋଡ଼ ବାତିଲ, ୮ ଘଣ୍ଟିଆ କାର୍ଯ୍ୟଦିବସ, ବୃତ୍ତିଗତ ଓ କାର୍ଯ୍ୟକ୍ଷେତ୍ର ନିରାପତ୍ତା, ସଂଗଠନ ପଞ୍ଜିକରଣ, ଧର୍ମଘଟ ଅଧିକାର ଉପରେ ଥିବା କଟକଣା ପ୍ରତ୍ୟାହାର, ନିର୍ଦ୍ଦିଷ୍ଟ ସମୟ ପାଇଁ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ , ଚାଷୀର ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ , ଭି.ବି.ଗ୍ରାମଜି ଆଇନ ଉଚ୍ଛେଦ, ଏମ୍.ଏନ୍.ଆର ଇ ଜି ଏ ପୁର୍ନବାହାଲ, ସେହି କାମ ପାଇଁ ଦୈନିକ ମଜୁରୀ ୭୦୦ ଟଙ୍କା ,ଚାଷୀ ଋଣ ଛାଡ଼ ,ଅସଂଗଠିତ ଓ ସ୍କିମ ଶ୍ରମିକଙ୍କ ସର୍ବନିମ୍ନ ମାସିକ ମଜୁରୀ ୪୨୦୦ ଟଙ୍କା , ବିଦ୍ୟୁତ ସଂଶୋଧନ ବିଲ – ୨୦୨୫ ବାତିଲ, ବିଦ୍ୟୁତ୍ ଘରୋଇକରଣ ବନ୍ଦ, ଶାନ୍ତି ଆଇନ ରଦ୍ଦ କର ,ଅସମ ବାଣିଜ୍ୟ ଚୁକ୍ତି ବାତିଲ , ସରକାରୀ ସଂସ୍ଥା, ବିଭାଗ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ, ଠିକାକରଣ, ଆଉଟସୋସିଂ ନୀତି ବାତିଲ, ପ୍ରାକୃତିକ ସଂପଦର ବିକ୍ରି ବନ୍ଦ, ଜାତୀୟ ମୁଦ୍ରାକରଣ ନୀତି ବାତିଲ, ଇ.ପି.ଏସ୍. ପେନସନ, ନୂଆ ପେନସନ୍/ୟୁ.ପି.ଏସ୍. ବାତିଲ କରି ପୁରୁଣା ପେନସନ୍ ବ୍ୟବସ୍ଥା ପ୍ରଚଳନ , ସମବାୟ ସଂସ୍ଥା ଅଧୀନରେ କୃଷିର ଆଧୁନିକୀକରଣ , ସମସ୍ତ ଖାଲିଥିବା ସ୍ଥାନ ଓ ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ , ସମସ୍ତ ପ୍ରକାରର ଶ୍ରମିକ ଯଥା ଚୁକ୍ତିଭିତ୍ତିକ, ଦୈନିକ – କାଜୁଆଲ, ଘରୋଇ ଶ୍ରମିକ, ସ୍ଵ ମାଲିକାନା ଶ୍ରମିକ, ଠିକା ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା, ସୁରକ୍ଷା ଯୋଜନା କ୍ଷେତ୍ରରେ ଥିବା କଟକଣା ଦୂର , ଦରଦାମ ବୃଦ୍ଧି ବନ୍ଦ, ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ପ୍ରତ୍ୟାହାର , ସାର୍ବଜନିନ ଖାଦ୍ୟ ବଣ୍ଟନ ବ୍ୟବସ୍ଥା ସୁନିଶ୍ଚିତ କରିବା , ଜମି ଅଧିଗ୍ରହଣ, ପୁର୍ନବାସ ଓ ପୁନଃବନ୍ଦୋବସ୍ତ ଆଇନ (LARR) କଡ଼ାକଡ଼ି ଲାଗୁ, ଆନ୍ତର୍ଜାତୀୟ ଶ୍ରମ ସଂଗଠନର ସନନ୍ଦ ,୮୭, ୯୮, ୧୯୦ କୁ ଅନୁମୋଦନ ଏବଂ ୧୧୪ ତମ ଭାରତୀୟ ଶ୍ରମ ସମ୍ମିଳନୀର ଗିଗ୍, ପ୍ଲାଟଫର୍ମ ଶ୍ରମିକଙ୍କ ସଂପର୍କୀତ ନିଷ୍ପଭିକୁ ଅନୁମୋଦନ , ନିଟ୍ ଓ ସି.ବି.ଏସ୍.ଇ. ପରୀକ୍ଷା ଦୁର୍ନୀତି ଓ ପ୍ରଶ୍ନପତ୍ର ପ୍ରଘଟର ଯାଞ୍ଚ, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ଶିକ୍ଷା କ୍ଷେତ୍ରରେ ବଜେଟ୍ ବୃଦ୍ଧି ।
ସ୍ୱାସ୍ଥ୍ୟକୁ ଏକ ଅଧିକାର ଭାବେ ଗ୍ରହଣ, ଇ.ଏସ୍.ଆଇ.ସି. ଯୋଜନାର ପରିସର ବୃଦ୍ଧି, ସ୍ୱାସ୍ଥ୍ୟ ବଜେଟ ବୃଦ୍ଧି, ପାନୀୟ ଜଳ, ପରିମଳ ଓ ଆଶ୍ରୟସ୍ଥଳ ଆଦିରେ ସଂପୂର୍ଣ୍ଣ ସରକାରୀ ସେବା , ୟୁ.ଏ.ପି.ଏ. ଓ ଭାରତୀୟ ନ୍ୟାୟ ସଂହିତାର କଠୋର ବ୍ୟବସ୍ଥା ବାତିଲ , ଅଧିକ ଧନାଜ୍ୟ ବ୍ୟକ୍ତିଙ୍କ ଉପରେ ସଂପରି କର ଲାଗୁ ଏବଂ ଆୟକର ହାର ବୃଦ୍ଧି ଓଡ଼ିଶାରେ ବନ୍ୟାରେ ମୃତକଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ, ଆହତଙ୍କୁ ଚିକିତ୍ସା, ବାସଗୃହ, ଫସଲ ଓ ପ୍ରାଣୀଧନ କ୍ଷତିର ସଂପୂର୍ଣ କ୍ଷତିପୂରଣ, ଦୀର୍ଘ ମିଆଦି ପ୍ରତିକାର ପାଇଁ ନଦୀଜଳ ଓ ବନ୍ୟା ଜଳ ସଂରକ୍ଷଣ ପାଇଁ ଛୋଟ ବଡ଼ ଡ୍ୟାମ ନିର୍ମାଣ କରିବା ନେଇ ବିଭିନ୍ନ ନେତା ପ୍ରତିବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଭିନ୍ନ ସଂଗଠନ ନେତା ମାନେ ହେଲେ ଭବାନୀ ଶଙ୍କର ଜେନା INTUC, ତ୍ରିପତି ଗମାଙ୍ଗ,ମୂର୍ତ୍ତୀ ମିଣିଆକା, ଅନିରୁଦ୍ଧ ନିଶିକା, କ୍ରିଷ୍ଣା ପାଲକା, ଆଛାନା ମଣ୍ଡାଙ୍ଗି AICCTU, AIKM, ବଲରାମ କୌଶଲ୍ୟା, ନିରଞ୍ଜନ ପାତ୍ର, ମୁଖିର ଲିମା AIUTUC ।

