ସୁନ୍ଦରଗଡ଼, (୧୧/୧୦) : ଆପ୍ର : ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହେଲେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର ।
ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରିଛି ଓଡ଼ିଶା ଭିଜିଲାନ୍ସ । ଭିଜିଲାନ୍ସ ଚଢ଼ାଉ ବେଳେ ଭୁବନେଶ୍ୱରରେ ୪ଟି ବହୁତଳ କୋଠା ଓ ଗୋଟିଏ ଫ୍ଲାଟ୍ , ୭ଟି ମୂଲ୍ୟବାନ ପ୍ଲଟ୍ , ୨୧୨ ଗ୍ରାମ ସୁନା, ୧ କୋଟି ୪୬ ଲକ୍ଷ ଟଙ୍କାର ଜମା ଏବଂ ୧ ଲକ୍ଷ ୨୯ ହଜାର ଟଙ୍କା ନଗଦ ଠାବ ହୋଇଛି । ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ହିସାବ ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ ୧୩/୨୦୨୬ ନମ୍ବରରେ ମାମଲା ରୁଜୁ ହୋଇଛି । ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।

