ଯୋଡ଼ା, (୧୧/୧୦) : ଆପ୍ର : ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭାଇ । କେନ୍ଦୁଝର ଝୁମ୍ପୁରା ଥାନା ତେଲି ଅର୍ଶଳା ଗାଁ ମୁସଲିମ ବସ୍ତିରେ ଅଘଟଣ ।
ମହମ୍ମଦ ମହିବୁର ରହେମନଙ୍କ ଦୁଇ ନାବାଳକ ସମେତ ସେହି ଗାଁ’ର ଅନ୍ୟଜଣେ ନାବାଳକ ଆରଡେଇ ନଦୀକୁ ଗାଧେଇବାକୁ ଯାଇଥିଲେ । ଅସାବଧାନତାରୁ ୩ ଜଣ ନଦୀରେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଖୁମ୍ପୁରା ପୋଲିସ ସମେତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମହମ୍ମଦ ମହିବୁରଙ୍କ ସାନ ପୁଅର ମୃତଦେହ ଉଦ୍ଧାର କରିବା ସହ ପଡୋଶୀ ନାବାଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । କିନ୍ତୁ ବଡପୁଅ ଅହମ୍ମଦର ଏଯାଏ ପତ୍ତା ମିଳିନାହିଁ ।

