Homelocalଅସୁରମୁଣ୍ଡା ଛକ ରୁ ଲଛିପୁର ବିଜେଡି ର ପଦଯାତ୍ରା

ଅସୁରମୁଣ୍ଡା ଛକ ରୁ ଲଛିପୁର ବିଜେଡି ର ପଦଯାତ୍ରା

ସୁବର୍ଣ୍ଣପୁର, (୧୩/୧୦) : ଆପ୍ର : ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ସାରା ଓଡ଼ିଶାରେ ଅକ୍ଟୋବର ୨ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା ଚାଲିଛି ।WhatsApp Image 2026 10 14 at 11.19.23

ଏହି ପରିପେକ୍ଷିରେ ସୋନପୁର ବ୍ଲକ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ହୋଇଯାଇଛି । ଲଚ୍ଛିପୁର ପଞ୍ଚାୟତ ଅସୁରମୁଣ୍ଡା ଛକ ଠାରୁ ପଦଯାତ୍ରା ବାହାରି ଲଛିପୁର ଗ୍ରାମ ପରିକ୍ରମା କରି ମହାଦେବ ମନ୍ଦିର ଠାରେ ପହଞ୍ଚି ଥିଲା । ବ୍ଲକ ସଭାପତି ଶଙ୍କର ପ୍ରସାଦ ସା ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ପ୍ରାୟ ପଦଯାତ୍ରା ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଝାରୀ , ସମ୍ମାନିତ ଅତିଥି ଭାବେ ଜିଲ୍ଳା ସଭାପତି ସରୋଜ କମ୍ପ, ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ବଜ ସାହୁ, ଅଭିମନ୍ୟୁ କୁଶଳ, ଲଛିପୁର ସରପଞ୍ଚ ଜ୍ୟୋତିରଞ୍ଜନ ନୁଆଇଁ, ମହଦା ସରପଞ୍ଚ ଭୀମସେନ ସିଂଦେଓ, ମାଧବୀଲତା କୁଅଁର, କଇରୁ ସ୍ବାଇଁ, ଶତ୍ରୁଘନ ପୃଷ୍ଟି, ପ୍ରମୁଖ ଯୋଗଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବାସୁଦେବ ରଣା,ସୋମନାଥ ହୋତା, କରୁଣାକର ମେହେର, ଆଶିଷ ମିଶ୍ର, ଭୁବନେଶ୍ୱର ମେହେର, ସରୋଜ ମିଶ୍ର,ଷଷ୍ଠୀ ତାଣ୍ଡିଆ, ଲକ୍ଷ୍ମୀ ନାରାୟଣ ପୁଟେଲ ପ୍ରମୁଖ ଙ୍କ ବହୁ କର୍ମୀ ସାମିଲ ଥିଲେ । ପଦଯାତ୍ରା ମହାଦେବ ମନ୍ଦିର ରେ ପହଞ୍ଚିବା ପରେ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାରେ ବିଜେପି ସରକାର ଏକ ରଙ୍ଗବଦଳିଆ ସରକାର । ଏହି ସରକାର ଜନସାଧାରଣଙ୍କୁ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ଜିତିଲା ପରେ ଠକିଦେଇଛି ବୋଲି ଅତିଥି ମାନେ କହିବା ସହ ଆଗାମୀ ନିର୍ବାଚନରେ ଜନତା ତାର ଉଚିତ ଜବାବ ଦେବବୋଲି କହିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments