Homelocalଅର୍ବାନ୍ ମୋବିଲିଟି ଇଣ୍ଡିଆ କନଫରେନ୍ସ ଆଣ୍ଡ ଏକ୍ସପୋ ୨୦୨୬ରେ ଡିଜିଟାଲ୍ ଇନୋଭେସନ୍ ପ୍ରଦର୍ଶନ କରିବ ଓଡ଼ିଶା...

ଅର୍ବାନ୍ ମୋବିଲିଟି ଇଣ୍ଡିଆ କନଫରେନ୍ସ ଆଣ୍ଡ ଏକ୍ସପୋ ୨୦୨୬ରେ ଡିଜିଟାଲ୍ ଇନୋଭେସନ୍ ପ୍ରଦର୍ଶନ କରିବ ଓଡ଼ିଶା ଯାତ୍ରୀ

ଭୁବନେଶ୍ୱର, (୦୭/୧୦) : ଆପ୍ର : ଓଡ଼ିଶାର ପ୍ରଯୁକ୍ତିଭିତ୍ତିକ ମୋବିଲିଟି ପ୍ଲାଟଫର୍ମ ଓଡ଼ିଶା ଯାତ୍ରୀ ଆଗାମୀ ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନଫରେନ୍ସ ଆଣ୍ଡ ଏକ୍ସପୋ (UMI 2026)ରେ ନିଜର ଡିଜିଟାଲ୍ ମୋବିଲିଟି ଇକୋସିଷ୍ଟମର ନୂଆ ପଦକ୍ଷେପ ପ୍ରଦର୍ଶନ କରିବ ।

Urban Accessibility & Liveability in the Digital Age ଥିମକୁ ନେଇ ଭୁବନେଶ୍ୱରରେ ଏହି ସମ୍ମିଳନୀ ଆୟୋଜିତ ହେବ । ପୂର୍ବ ଭାରତରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଅର୍ବାନ୍ ମୋବିଲିଟି ଇଣ୍ଡିଆ କନଫରେନ୍ସ ଆଣ୍ଡ ଏକ୍ସପୋ ଆୟୋଜନ କରିବାକୁ ଯାଉଛି । କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (MoHUA) ପକ୍ଷରୁ ଆୟୋଜିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ପଲିସି ମେକର, ସହରୀ ପରିବହନ ବିଶେଷଜ୍ଞ, ପ୍ରଯୁକ୍ତି ଓ ସେବା ପ୍ରଦାନକାରୀ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗ ଦେବେ ।

ନାଗରିକ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଏକ ନୂଆ ପଦକ୍ଷେପ ନେଇଛି । ଓଡ଼ିଶା ଯାତ୍ରୀରେ ସେଫ୍ଟି ମଡ୍ୟୁଲ୍ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଗୋଟିଏ ରାଜ୍ୟ ମାଲିକାନାଧୀନ ଡିଜିଟାଲ୍ ପ୍ଲାଟଫର୍ମରେ ମୋବିଲିଟି ଓ ନାଗରିକ ସୁରକ୍ଷା ସେବାକୁ ଜଡିତ କରାଯାଇଛି । ଏହି ମଡ୍ୟୁଲ୍କୁ ଓଡ଼ିଶା ପୋଲିସ ଏବଂ ଜାତୀୟ ଜରୁରୀକାଳୀନ ରେସପନ୍ସ ସିଷ୍ଟମ୍ ୧୧୨ ସହିତ ସଂଯୋଗ କରାଯାଇଛି । ଉଭୟ ଆଣ୍ଡ୍ରଏଡ୍ ଓ iOSରେ ଏହି ସେଫ୍ଟି ମଡ୍ୟୁଲ୍ ଉପଲବ୍ଧ ରହିଛି । ଏଥିରେ ୧୧ଟି ସୁରକ୍ଷା ସୁବିଧା ରହିଛି । ଏହା ମଧ୍ୟରେ ‘Shake to Alert’, ଆଲାର୍ମ, ଲୋକେସନ୍ ସେୟାରିଂ ଏବଂ ଜରୁରୀକାଳୀନ ଯୋଗାଯୋଗ ସୁବିଧା ରହିଛି । ଏହାର One-Tap SOS ସୁବିଧା ମାଧ୍ୟମରେ ବ୍ୟବହାରକାରୀ ସିଧାସଳଖ ଜାତୀୟ ଜରୁରୀକାଳୀନ ହେଲ୍ପଲାଇନ୍ ୧୧୨ ସହିତ ଯୋଗାଯୋଗ କରିପାରିବେ । ଏପର୍ଯ୍ୟନ୍ତ ପ୍ରାୟ ୧.୮୬ ଲକ୍ଷ ବ୍ୟବହାରକାରୀଙ୍କ ପାଇଁ ଏହି ସେଫ୍ଟି ମଡ୍ୟୁଲ୍ ଉପଲବ୍ଧ ହୋଇଛି ।

ମୋବିଲିଟି ସେବା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଯାତ୍ରୀ ଦ୍ରୁତ ଅଭିବୃଦ୍ଧି କରିଛି । ପ୍ଲାଟଫର୍ମ ମାଧ୍ୟମରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ଯାତ୍ରା ସମ୍ପୂର୍ଣ୍ଣ ହୋଇଛି । ଏଥିରେ ୬.୩୪ ଲକ୍ଷ ପଞ୍ଜୀକୃତ ବ୍ୟବହାରକାରୀ ଏବଂ ୧୮,୬୦୦ ସକ୍ରିୟ ଡ୍ରାଇଭର ରହିଛନ୍ତି । ଏହି ସେବା ରାଜ୍ୟର ୫ଟି ସହରରେ ଉପଲବ୍ଧ ରହିଛି । ଓଡ଼ିଶା ଯାତ୍ରୀ ମାଧ୍ୟମରେ ଡ୍ରାଇଭରମାନେ ମୋଟ ୧୫.୫ କୋଟି ଟଙ୍କା ଆୟ କରିଛନ୍ତି ।

ଓଡ଼ିଶା ଯାତ୍ରୀ କେବଳ ପାରମ୍ପରିକ ରାଇଡ୍-ହେଲିଂ ସେବା ମଧ୍ୟରେ ସୀମିତ ନ ରହି ଏକ ବ୍ୟାପକ ମୋବିଲିଟି ଇକୋସିଷ୍ଟମ୍ ଗଠନ ଦିଗରେ ଆଗକୁ ବଢ଼ୁଛି । ବର୍ତ୍ତମାନ ପ୍ଲାଟଫର୍ମରେ ୪ଟି ସହରରେ ଆମ ବସ୍ ସେବା ଏବଂ ସାତପଡ଼ାରେ ବୋଟିଂ ସେବା ଉପଲବ୍ଧ ରହିଛି । ସାତପଡ଼ାର ବୋଟିଂ ସେବା ଡଲଫିନ୍ ବୋଟ୍ ଆସୋସିଏସନ୍ ସହଯୋଗରେ ପରିଚାଳିତ ହେଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments