ମୁରିବାହାଲ, (୪/୭) : ଆପ୍ର : ମୁରିବାହାଲ ବନାଞ୍ଚଳ ପକ୍ଷରୁ ପାଳିତ ୭୭ତମ ବନ ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାର ତେନ୍ତୁଳିଖୁଣ୍ଟି ନିକଟସ୍ଥ ତିଖାରି ସଂରକ୍ଷିତ ଜଙ୍ଗଲରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି ।
ଫରେଷ୍ଟର ଧ୍ରୁବଚରଣ ବଗର୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ ରାଜୀବ କୁମାର ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇ ବନ ମହୋତ୍ସବର ଗୁରୁତ୍ୱ, ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ସୁରକ୍ଷାରେ ସମସ୍ତଙ୍କ ସକ୍ରିୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ସେଗୁଡ଼ିକର ଯତ୍ନ ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମରେ ଭିଏସଏସ ଫରେଷ୍ଟ ଗାର୍ଡ ଅଜିତ ବେହେରା, ସୁରେଶ ମହାରଣା, ବିହାରୀ ସା,ବନ ସୁରକ୍ଷା କମିଟି ତେନ୍ତୁଳିଖୁଣ୍ଟି ର ସଭାପତି ଶ୍ରୀଯୁକ୍ତ କୀର୍ତ୍ତନ ମଣି ଯାନୀ, ସଭ୍ୟ ବୈକୁଣ୍ଠ ପୁଟେଲ, ବୈକୁଣ୍ଠ ନାଗ, ମଧୁସୂଦନ ଜାନୀ, ବସନ୍ତ କୁମାର ଯାନୀ, ଗିରିଧାରୀ ବାଗ, କ୍ଷମା ଯାନୀ, ମୁରଲୀ ମହାକୁର, ଜଗଦୀଶ ଦାସ,ସଭ୍ୟା ଜାନକୀ ଯାନୀ, ଛାୟା ପଟେଲ, ପାର୍ବତୀ ବାଗ, ମୋହିନୀ ପୁଟେଲ ତଥା ଇପିସିଇଏ ସ୍କ୍ୱାର୍ଡର ସଦସ୍ୟ, ତେନ୍ତୁଳିଖୁଣ୍ଟି ବନ ସୁରକ୍ଷା ସମିତି (ଭିଏସଏସ)ର କର୍ମକର୍ତ୍ତା ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଶେଷରେ ସମସ୍ତେ ବନ ସଂରକ୍ଷଣ ଓ ସବୁଜ ପରିବେଶ ଗଠନ ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିଥିଲେ ।

