HomeBlogମାରିଗୁଡ଼ା ଗ୍ରାମରେ ରନ୍ଧା ମଦ ଉପରେ ଚଢ଼ାଉ

ମାରିଗୁଡ଼ା ଗ୍ରାମରେ ରନ୍ଧା ମଦ ଉପରେ ଚଢ଼ାଉ

WhatsApp Image 2026 06 02 at 8.15.47 PM 1ଗୁଣୁପୁର – ୨/୬/୨୬ : ମାରିଗୁଡ଼ା ଗ୍ରାମରେ ଚୋରା ରନ୍ଧା ମଦ କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରା ଯାଇଥିଲା ।WhatsApp Image 2026 06 02 at 8.15.46 PM

ରାୟଗଡ଼ା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ସନ୍ତୋଷ କୁମାର ଧଳ ସାମନ୍ତକଙ୍କ ନିର୍ଦ୍ଦେଶ କ୍ରମେ ଡି ଏସ ଇ ଗୁଣପୁର ଶ୍ରୀ ସଞ୍ଜିବ କୁମାର ବାର୍ଲି, ଅବକାରୀ ନିରୀକ୍ଷକ ଗୁଣପୁର ଶ୍ରୀ ବେଣୁଧର ସାମଲ ଓ ଗୁଣପୁର ପୋଲିସ୍ ଦଳ ସହ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଣପୁର ଅବକାରୀ ଉପ ନିରୀକ୍ଷକ ପି ଭିସେଶ୍ୱର ରାଓ, ଗୁଣପୁର ଅବକାରୀ ରେଞ୍ଜ ସହ ଉପ ନିରୀକ୍ଷକ ଲକ୍ଷ୍ମୀ ଦେବି ଓ ଅବକାରୀ କର୍ମଚାରୀ ଦଳବଳେ ମାରିଗୁଡ଼ା ଗ୍ରାମର ଚୋରା ମଦ ରନ୍ଧା ହେଉଥିବା ସ୍ଥଳରେ ପହଞ୍ଚି ଅଚାନକ ଚଢ଼ାଉ କରି ୮ ଜଣ ଲୋକଙ୍କୁ ଗିରିଫ କରିବା ସହିତ ମୋଟ ୧୦ ଗୋଟି କେସ ରୁଜୁ କରାଯାଇଅଛି । ଏହା ସହିତ ୮୦୦୦ ଲିଟର ଗୁଡ଼ ମିଶା ମହୁଲ ପୋଚ ଓ ୧୦୦୦ ଲିଟର ଚୋରା ରନ୍ଧା ମଦ ନଷ୍ଟ କରାଯାଇଛି । ଏହାର ମୂଲ୍ୟ ଆନୁମାନିକ ଛଅ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ଏହା ସହିତ ଆସବାବପତ୍ର ଜବତ କରାଯାଇ ଘଟଣା ସ୍ଥଳରେ ହିଁ ନଷ୍ଟ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments