Homelocalଅଣ ପଞ୍ଜୀକୃତ ଯୁବ ଭୋଟର ଙ୍କ ସଚେତନ କର୍ମଶାଳା

ଅଣ ପଞ୍ଜୀକୃତ ଯୁବ ଭୋଟର ଙ୍କ ସଚେତନ କର୍ମଶାଳା

ରାୟଗଡା, (୧୫/୦୭) : ଆପ୍ର : ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶ କ୍ରମେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ରାୟଗଡ଼ ସ୍ୱୟଂ ଚଳିତ ମହା ବିଦ୍ୟାଳୟ ଠାରେ ଯୁବ ଭୋଟର ଙ୍କ ସଚେତନତା ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ସଭାରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ଜେନା, ସହକାରୀ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ ବେହରା ,ଅଧ୍ୟକ୍ଷା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରାୟଗଡା ଡକ୍ଟର ସରସ୍ବତୀ ରାୟ ମଞ୍ଚାସିନ ଥିଲେ ।WhatsApp Image 2026 07 14 at 17.55.02 1

କେହି ଜଣେ ଯୋଗ୍ୟ ଭୋଟର ଯେପରି ବାଦ ନପଡିବେ ଏବଂ କୌଣସି ଅଯୋଗ୍ୟ ଭୋଟର ତାଲିକାରେ ଯୋଡି ନ ହେବେ ତାହାପ୍ରତି ଯତ୍ନବାନ ହେବାପାଇଁ କୈଳାଶ ଚନ୍ଦ୍ର ସ୍ୱାଇଁ କହିଥିଲେ । ଯୁବପିଢ଼ି ଯେପରି ଶହେ ପ୍ରତିଶଡ଼ ଯୋଡ଼ିହେବେ ଏବଂ ସୁଦୃଢ଼ ଗଣତନ୍ତ୍ର ତିଆରି କରିବେ ତାହାପାଇଁ ଆଗକୁ ଆସିବା ନିମନ୍ତେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ଜେନା କହିଥିଲେ । ଫର୍ମ ୬ ,୭ ,୮ କଣ ପାଇଁ ବ୍ୟବହୃତ ହୁଏ ତାହା ଉପରେ ପ୍ରଫୁଲ ବେହେରା ପୁଂଖାନୁ ପୁଙ୍ଖ ଭାବରେ ବୁଝାଇଥିଲେ । ଏହି ଶିବିରରେ ୪ ଜଣ ବୁଥ ଲେବେଲ ଅଫିସର ଓ ସୁପରଭାଇଜର ଯୋଗଦେଇଥିଲେ ଏବଂ ଶେଷରେ ନୂତନ ଭୋଟର ମାନଙ୍କୁ ନେଇ ଏକ ସପଥ ପାଠ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments