ରାଇକିଆ ଗ୍ରୀଷ୍ମ ପ୍ରବାହ ବଢୁଛି : ପାରଦ ବଢୁଛି: ବିଦ୍ୟୁତ ର ଲୁଚକାଳି ଖେଳ

Date:

Share post:

ରାଇକିଆ, (୨୬/୦୫) : ଆପ୍ର : କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଦକ୍ଷିଣ ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।

ବିଶେଷକରି ରାଇକିଆ ଓ ଏହାର ଆଖପାଖ ଅଞ୍ଚଳରେ ସୂର୍ଯ୍ୟଙ୍କ ପ୍ରକୋପ ଅସହ୍ୟ ହୋଇପଡ଼ିଛି । ଚଳିତ ସପ୍ତାହରେ ଏଠାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ଅଧୂକ ରେକର୍ଡ । ସକାଳ ୮ଟା ବାଜିବା ମାତ୍ରେ ତାତି ଏତେ ବଢ଼ିଯାଉଛି ଯେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି। ଏପରି ସ୍ଥଳେ ଦିନ ତମାମ ବିଦ୍ୟୁତ ର ଲୁଚକାଳି ଖେଳ ଜନସାଧାରଣ ଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି l ଅସହ୍ୟ ତାତି ଓ ଗରମ ପବନ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଯୋଗୁଁ ରାଇକିଆ ରେ ଲୁ’ର ପ୍ରଭାବ ଦେଖୁବାକୁ ମିଳୁଛି।

ଦ୍ଵିପ୍ରହର ସମୟରେ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ ହୋଇଯାଉଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହିପରି ପ୍ରବଳ ଗରମ ଜାରି ରହିବ ବୋଲି ଅନୁମାନ କରାଯାଉଛି । ପ୍ରବଳ ଖରା ଓ ଗରମ ଯୋଗୁଁ ସ୍ଥାନୀୟ ବ୍ୟବସାୟ ଓ ଦୈନିକ ମଜୁରିଆଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି । ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଲୋକମାନେ ଛତା, ଟୋପି ,ଏବଂ ପ୍ରଚୁର ପାଣି ବ୍ୟବହାର କରୁଛନ୍ତି। ଜରୁରୀ କାର୍ଯ୍ୟ ନଥିଲେ ଦ୍ଵିପ୍ରହର ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଖରାରେ ବାହାରକୁ ନ’ବାହାରିବା ଭଲ ।ଏହା ସହିତ ଶରୀରକୁ ସୁସ୍ଥ ରଖିବା ପାଇଁ ଅଧିକ ପରିମାଣରେ ପାଣି, ଦହି, ତୋରାଣି ଏବଂ ଓଆରଏସ ପିଇବାକୁ ମଧ୍ୟ ଭଲ। ଓ ଆଉ ଗୋଟେ ଜିନିଷ ଦେଖାଗଲା ଯେ ଖରା ଯୋଗୁଁ ଗୋଟେ କୁକୁଡ଼ା ବହୁ ସୁନ୍ଦର୍ ପାଣି ପିଇବା ର ଦୃଶ୍ୟ।

LEAVE A REPLY

Please enter your comment!
Please enter your name here

spot_img

Related articles

ଟ୍ରକ୍ ମାଲିକ ସଂଘର ନିର୍ଵାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ

ରାୟଗଡା, (୨୮/୦୫) : ଆପ୍ର : ରାୟଗଡା ଟ୍ରକ୍ ୟୁନିଅନ ସଂଘ ନିର୍ଵାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ପି...

ରାୟଗଡ଼ ଜିଲ୍ଲା ନୂତନ ଏସପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ରାଜ ପ୍ରସାଦ

ରାୟଗଡା, (୨୮/୦୫) :ଆପ୍ର : ରାୟଗଡା ଜିଲ୍ଲାରେ ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଆରକ୍ଷୀ ଅଧୀକ୍ଷକ ରାଜ୍ ପ୍ରସାଦ। ଜିଲ୍ଲାରେ ବଢୁଥିବା ମହିଳା...

ପ୍ରକାଶ ପାଇଲା OAS ରେଜଲ୍ଟ; ବୁବୁନ ସାହୁ ହେଲେ ଟପ୍ପର, ଜାଣନ୍ତୁ ଶ୍ରେଷ୍ଠ ୧୦ ତାଲିକାରେ ରହିଛନ୍ତି କେଉଁମାନେ?

ଭୁବନେଶ୍ୱର, (୨୭/୦୫) : ଆପ୍ର : ପ୍ରକାଶ ପାଇଲା OAS ରେଜଲ୍ଟ । ଓଡ଼ିଶାର ପ୍ରଶାସନିକ ସେବାକୁ ନେଇ ଅପେକ୍ଷାର ଅନ୍ତ ଘଟିଛି ।...

ପାଣି ପାଇଁ ୫ କିମି ପଦଯାତ୍ରା

ବଲାଙ୍ଗୀର // ବେଲପଡ଼ା, (୨୭/୦୫) : ଆପ୍ର : ପାଣି ପାଇଁ ମହିଳା ଅଭିନବ ପ୍ରତିବାଦ କରିଛନ୍ତି । ମୁଣ୍ଡରେ ଗରା ଆଉ କାଖରେ...