ବୋରିଗୁମ୍ମା, (୨୨/୧୦) : ଆପ୍ର : ବୋରିଗୁମ୍ମା ସାଇ ଗାୟତ୍ରୀ ପରିବାର ତରଫରୁ ମଙ୍ଗଳବାର ପୂଜ୍ୟ ପୂଜାର ଏକ ଭବ୍ୟ ଏବଂ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସାଇ ଗାୟତ୍ରୀ ପରିବାର ପ୍ରମୁଖ ତଥା ବିଶିଷ୍ଟ ଅଧିବକ୍ତା ହେମନ୍ତ କୁମାର ଷଡ଼ଙ୍ଗୀ (ଲାଲୁ ଷଡ଼ଙ୍ଗୀ ) ଙ୍କ ବାସଭବନ ପରିସରରେ ଏହି ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଭବ୍ୟ ସମାରୋହରେ ମୂଖ୍ୟ ଅତିଥି ରୂପେ ଜୟପୁର ରାଣୀ ମୂଖ୍ୟ ଅତିଥି ଭାବେ ତଥା ତାଙ୍କ ପୁତୁରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭା ମାନଙ୍କୁ ମାନପତ୍ର ପ୍ରଦାନ ସହ ମୁଣ୍ଡରେ ପଗଡି ବାନ୍ଧି ତଥା ପୁଷ୍ପ ଗୁଚ୍ଛ,ଉତ୍ତରୀୟ ତଥା ସ୍ମୃତି ଫଳକ ପ୍ରଦାନ କରିବା ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଆଦର୍ଶ ଶିକ୍ଷକ ଭାବରେ ସୁରେଶ ଚନ୍ଦ୍ର ମହାପାତ୍ର, ଲୋକନାଥ ଦାଶ, ରଘୁନାଥ ଷଡ଼ଙ୍ଗୀ, ସଦାଶିବ ମହାପାତ୍ର, କେ.ଏ. ସରାଫ, ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ବାଲ୍ମିକୀ ପଣ୍ଡା, ଗୋକୁଳ ଚନ୍ଦ୍ର ପାଢ଼ୀ, କେ ସୂର୍ୟା ରାଓ, ନାରାୟଣ ସାହୁ,ଗୋପୀନାଥ ପଣ୍ଡା, ଏଲ୍. କୋଣ୍ଡାଲ ରାଓ, ସରସ୍ଵତୀ ଦେବୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରିଷ୍ଠ ଅଧିବକ୍ତା ନରେନ୍ଦ୍ର ନାଥ ନାୟକ,ଟି.ନାରାୟଣ ମୂର୍ତ୍ତି, ଝାଡେଶ୍ଵର ଖାଡଙ୍ଗା, ପ୍ରକାଶ ମିଶ୍ର,ଉମା ଶଙ୍କର ତ୍ରିପାଠୀ, ସଦାନନ୍ଦ ମିଶ୍ର, ଲକ୍ଷ୍ମୀକାନ୍ତ ପଣ୍ଡା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ସମାଜସେବୀ ଓ ରକ୍ତ ଦାତାଙ୍କ ମଧ୍ୟରୁ କୃଷ୍ଣଚନ୍ଦ୍ର ସାନ, ଗୌର ଚନ୍ଦ୍ର ବିଷୋୟୀ, ସନ୍ରୋଷ କୁମାର ପଣ୍ଡା, ପ୍ରିୟଙ୍କା ଅମନାତ୍ୟ, ନାଟଗୁରୁ ମାନଙ୍କ ମଧ୍ୟରୁ ଆଦିତ୍ୟ ସାହୁ, କର୍ଣ୍ଣ ଗୌଡ଼, ଭଗବାନ ଭତ୍ରା,ଉପେନ୍ଦ୍ର ମହାରଣା, ଚନ୍ଦ୍ରଶେଖର ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ପୂର୍ବତନ ସାମରିକ କର୍ମଚାରୀ ମାନଙ୍କ ମଧ୍ୟରୁ ସନ୍ତୋଷ ପାଢ଼ୀ,ଗୋପାଳ ନାୟକ, ଶ୍ରୀରାମ ସାହୁ , ଦିଲ୍ଲୀପ ବିଷୋୟୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବରିଷ୍ଠ କଳାକାରମାନଙ୍କ ମଧ୍ୟରେ ଧୀରେନ ମୋହନ ପଟ୍ଟନାୟକ, ଜୟନ୍ତ ସାନ୍ତରା, ସୁଧାକର ପଟ୍ଟନାୟକ, ବିଶାଳ ପଟ୍ଟନାୟକ,ସୁରେଶ ରାଉତ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ମେଧାବୀ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଦିବ୍ୟା ନାୟକ, ରାହୁଲ ହରିଜନ, ଅନିରୁଦ୍ଧ ପଡାଲ, ଝରଣା ଗୌଡ଼, ଏନ୍ ସୁରେଖା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ତଥା ଗୀତଗୁଡ଼ିଆ ଭିତରେ ହରିବନ୍ଧୁ ଭକ୍ତଙ୍କୁ ସମ୍ମାନିତ କରା ଯାଇଥିଲା । ସମସ୍ତ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ମୂଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ ।ଏଥି ସହ ୯ ଟି ଗରିବ ପରିବାରକୁ ସାଇ ଗାୟତ୍ରୀ ପରିବାର ଆର୍ଥିକ ଅନୁଦାନ କରିଥିବା ତଥା କିଛି ଛାତ୍ରୀଛାତ୍ରଙ୍କୁ ଭୋଜନ ଓ ବସ୍ତାନୀ ବଣ୍ଟନ କରିଥିବା ଜଣାପଡିଛି ।

