Homelocalଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ " ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ଉତ୍ସାହ ” ଅନୁଷ୍ଠିତ

ସୁବର୍ଣ୍ଣପୁର, (୨୨/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଅନ୍ତେବାସୀ ମାନଙ୍କୁ ନେଇ କ୍ରୀଡ଼ା ଉତ୍ସବ ଉତ୍ସାହ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 10 23 at 06.42.18

ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ୍ ରେ ଅନୁଷ୍ଠିତ ଉତ୍ସାହ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଦେବାଶିଷ ସିଂ ଶିଶୁ ମାନଙ୍କୁ କ୍ରୀଡ଼ା ପ୍ରତି ରୁଚି ରଖିବାକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଲିନା ବାବୁ ଯୋଗଦେଇ ଜୀବନ ରେ କ୍ରୀଡ଼ା ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରୁ ଆସିଥିବା ଶିଶୁ ମାନେ ଦୌଡ଼, ଉଚ୍ଚଡ଼ିଆଁ, ଲମ୍ବଡିଆଁ, କେରମ୍, ଚେଶ୍ ଆଦି ଖେଳ ରେ ଭାଗ ନେଇଥିଲେ । ସମସ୍ତ କୃତିତ୍ୱ ହାସଲ କରିଥିବା ଶିଶୁ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ପଦକ ଦେଇ ସମ୍ମାନିତ କରିଥିଲେ । ପୁରସ୍କାର ବିତରଣ ଉତ୍ସବ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଭାପତିତ୍ୱ କରିଥିଲେ । ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଜୟ ବିଶ୍ୱାଳ ଧନ୍ୟବାଦ ଦେଉଥିଲେ। କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ମୃତ୍ୟୁଞ୍ଜୟ ସାହୁ, ଗୌତମ ମହାପାତ୍ର, ଥବିର କାଲସେ, ଅନିଲ ମହଲା, ସ୍ୱାଗତ ରାଜ ମିଶ୍ର, ଭାସ୍କର ଦାଶ, ମାନିନୀ ମହାନ୍ତି, ଜିତେନ୍ଦ୍ର ମଣ୍ଡଲ, ପ୍ରଶାନ୍ତ ମହାକୁଡ଼, ରୁଦ୍ର ପ୍ରସନ୍ନ ମିଶ୍ର ଆଦି ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments