Homelocalବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା

ଭୁବନେଶ୍ଵର, (୨୨/୧୦) : ଆପ୍ର : ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରଣାଳୀ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ ବୋଲି କିଛି ବିଦେଶୀ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ଆକଳନ କରିଛନ୍ତି ।

ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏପର୍ଯ୍ୟନ୍ତ ବାତ୍ୟା ସମ୍ପର୍କରେ କୌଣସି ନିଶ୍ଚିତ ଆକଳନ କରାଯାଇନାହିଁ । ଉତ୍ତର ତାମିଲନାଡୁ ଉପକୂଳ ନିକଟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଉପର ବାୟୁ ସଞ୍ଚାଳନ ପ୍ରକ୍ରିୟା ସକ୍ରିୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଆସନ୍ତା ୨୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରାଯାଉଛି । ଏହି ପ୍ରଣାଳୀ ପ୍ରଭାବରେ ଆଗାମୀ ତିନି ଦିନ ମଧ୍ୟରେ ଉପକୂଳ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏଥିସହ ଅନ୍ୟ କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

କିଛି ବିଦେଶୀ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ଏହି ପ୍ରଣାଳୀ ଆଗକୁ ଅଧିକ ଘନୀଭୂତ ହୋଇପାରେ । ଅକ୍ଟୋବର ୨୭ ସୁଦ୍ଧା ଏହା ଅବପାତର ରୂପ ନେଇ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ । ଏପରିକି ମାସ ଶେଷ ସୁଦ୍ଧା ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳରେ ଉପକୂଳ ଅତିକ୍ରମ କରିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ତେବେ ଏହା ଏକ ବାତ୍ୟାର ରୂପ ନେବ କି ନାହିଁ ଏବଂ କେଉଁ ଅଞ୍ଚଳ ଦେଇ ଗତି କରିବ, ତାହା ଏବେଠାରୁ ନିଶ୍ଚିତ ଭାବେ କହିବା ସମ୍ଭବ ନୁହେଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments