ଭୁବନେଶ୍ୱର, (୨୨/୦୬) : ଆପ୍ର : ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ । ଜୁନ୍ ୨୫ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ଯାଏଁ ଚାଲିବ ଫିଲ୍ମ ଫେଷ୍ଟିଭାଲ ।
୪ ଦିନିଆ ଫିଲ୍ମ ଫେଷ୍ଟିଭାଲରେ ଦେଶର ବିଭିନ୍ନ ଭାଷାଭାଷୀର ଚଳଚିତ୍ର ନିର୍ଦ୍ଦେଶକ ଓ କଳାକାରମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲରେ ବିଭିନ୍ନ ଆଞ୍ଚଳିକ ଭାଷାର ଚଳଚିତ୍ର ସ୍କ୍ରିନିଂ ହେବା ସହିତ ମାଷ୍ଟର କ୍ଳାସ ମଧ୍ୟ ଅନୁଷ୍ଠିତ ହେବ । ଏଥିସହ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚଳଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ୟକ୍ରମ ରହିଛି । ଫିଲ୍ମ ଫେଷ୍ଟିଭାଲ ପ୍ରସ୍ତୁତିକୁ ନେଇ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲର ଡାଇରେକ୍ଟର ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି ।

