Homelocalସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ ଦେବାଶିଷ ସିଂ : ନିରପେକ୍ଷ ଭାବେ ସାମଗ୍ରିକ...

ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ ଦେବାଶିଷ ସିଂ : ନିରପେକ୍ଷ ଭାବେ ସାମଗ୍ରିକ ବିକାଶ ଦିଗରେ ଧ୍ୟାନ ଦେବାକୁ ପ୍ରତିଶୁତି

ସୁବର୍ଣ୍ଣପୁର, (୦୫/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ରେ ନୂତନ ଜିଲ୍ଲାପାଳ ଭାବେ ଦେବାଶିଷ ସିଂ (ଆଇଏଏସ) ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କୁ ଦର୍ଶନ କରି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ।WhatsApp Image 2026 10 05 at 23.22.48

ପରେ ପ୍ରଥମେ ସୋନପୁର ବ୍ଳକ ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଯୋଗ ଦେଇ ଗାଁ’ର ସଧାରଣ ଲୋକ ଙ୍କ ଅଭିଯୋଗ ଶୁଣିଥିଲେ l ପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ ଜିଲ୍ଲା ର ମୌଳିକ ସମସ୍ୟା ର ସମାଧାନ ଓ ସରକାର ଙ୍କ କଲ୍ୟାଣ କାରୀ ଯୋଜନା ସଫଳ ଦିଗରେ ପୁରା ଟିମ କୁ ନେଇ କାମ କରିବୁ ବୋଲି କହିଥିଲେ ।

ବିଶେଷ କରି ଶିକ୍ଷା ସ୍ବାସ୍ଥ୍ୟ କୃଷି ଜଳ ସେଚନ ଓ ପର୍ୟ୍ୟଟନ ର ବିକାଶ ଦିଗରେ ପ୍ରଥମେ ଗୁରୁତ୍ଵ ଦେବୁ ବୋଲି ସାମ୍ବାଦିକ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସିଂ କହିଥିଲେ । ଅସମ୍ପୂର୍ଣ୍ଣ ରିଙ୍ଗ ରୋଡ଼ କାର୍ଯ୍ୟ କୁ ଶୀଘ୍ର ଆରମ୍ଭ କରିବାକୁ ଓ ଅସଜଡ଼ା ସ୍ବାସ୍ଥ୍ୟ ବିଭାଗ କୁ ସଜାଡ଼ିବାକୁ ଓ ପୌର ପରିଷଦ ମନ୍ଥର କାର୍ଯ୍ଯ ସବୁ କୁ ତ୍ୱରାନ୍ୱିତ କରିବା ସହ ଗଚ୍ଛିତ ଅନୁଦାନ ର ସଦ ବିନିଯୋଗ କରିବାକୁ ତୁରନ୍ତ ପଦକ୍ଷେପ ନେବି ବୋଲି ଦୃଢ଼ ପ୍ରତିଶୁତି ଦେଇଥିଲେ । ଏଥିପାଇଁ ସମସ୍ତ ଙ୍କ ସହଯୋଗ ଓ ପରାମର୍ଶ ଜରୁରୀ ବୋଲି କହିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments