ଜଳିଗଲା ମାର୍କେଟ କମ୍ପ୍ଲେକ୍ସ, ପ୍ରାୟ ଆଠଟି ଦୋକାନରେ ଲାଗିଛି ନିଆଁ

Date:

Share post:

ବଲାଙ୍ଗିର, (୨୬/୦୬) : ଆପ୍ର : ଜଳିଗଲା ମାର୍କେଟ କମ୍ପ୍ଲେକ୍ସ । ବଲାଙ୍ଗିର ଗାନ୍ଧିନଗରପଡାରେ ହୁତୁହୁତୁ ହୋଇ ଜଳିଗଲା ଦୋକାନ ଘର ।

ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେସରେ ଲାଗିଲା ନିଆଁ । ପ୍ରାୟ ଆଠଟି ଦୋକାନରେ ଲାଗିଛି ନିଆଁ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଅଗ୍ନିକାଣ୍ଡ ର କାରଣ ଜଣାପଡି ନଥିଲେ ବି ସଟସର୍କିଟ ରୁ ନିଆଁଲାଗିଥିବା ଅନୁମାନ କରା ଯାଉଛି ।ସୂଚନାଯୋଗ୍ୟ, କିଛିମାସ ତଳେ ଭୁବନେଶ୍ବର ଧଉଳି ନୂଆଗାଁ ମା’ ତାରିଣୀ ବସ୍ତ୍ରାଳୟ ପଛପଟ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଜଳିଗଲା ପ୍ଲାଷ୍ଟିକ ସାମଗ୍ରୀ ଓ କପଡ଼ା ଆଇଟମ । ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ରାସ୍ତା ଉପରେ ଥିବା ସୁପର ମାର୍କେଟର ତୃତୀୟ ମହଲାରେ ଲାଗିଥିଲା ନିଆଁ । ହୁତ୍ ହୁତ୍ ହୋଇ ଜଳିଯାଇଥିଲା ଦୋକାନ ଭିତରେ ଥିବା ସାମଗ୍ରୀ । ତୃତୀୟ ମହଲାରେ ଥିବା ଅନେକ ପ୍ଲାଇ,ପ୍ଲାଷ୍ଟିକ ଓ କପଡ଼ା ଯୋଗୁଁ ନିଆଁଟି ଭୟାନକ ରୂପ ନେଇଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲା । ୫ଟି ଅଗ୍ନିଶମ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲା । ଦମକଳ ବାହିନୀରୁ ଅତ୍ୟାଧୁନିକ କ୍ରେନ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲା । ନିଆଁର କୋପ ଏତେ ତୀବ୍ର ଥିଲା ଯେ ଆଖପାଖରେ ଥିବା ଦୋକାନ ଓ ମାର୍କେଟ କମ୍ପ୍ଲେକ୍ସକୁ ବ୍ୟାପିବାର ଭୟ ଥିଲା । ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଥିଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

ବରଗଡ଼ରେ ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର: ମିଳିଲାନି ଶବବାହୀ ଗାଡ଼ି, ବାଧ୍ୟ ହୋଇ ସାଇକେଲରେ ଶବ ବୋହିଲେ ପରିବାର ଲୋକ

ବରଗଡ, (୨୬/୦୬) : ଆପ୍ର : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁ'ରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।...

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...