Homecrime୭ ଟି ମୂଲ୍ୟବାନ ଶାଳ କାଠଗଣ୍ଡି ଜବତ : ୩ ଗିରଫ

୭ ଟି ମୂଲ୍ୟବାନ ଶାଳ କାଠଗଣ୍ଡି ଜବତ : ୩ ଗିରଫ

ସୁବର୍ଣ୍ଣପୁର, (୦୧/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧିନସ୍ଥ ହରିଣା ପାଲି ଜଙ୍ଗଲରେ ବନବିଭାଗ ଚଢ଼ାଉ କରି ଟାଟା ଏସି ଗାଡ଼ି ସହ ମୂଲ୍ୟବାନ ୭ଟି ଶାଳ କାଠ ଗଣ୍ଡି ଜବତ କରି ୩ ଜଣ ଅଭିଯୁକ୍ତ କୁ ବନ ବିଭାଗ ଗିରଫ୍ କରିଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ ଗଣ୍ଡାବାହାଲର ଝାନଟୁ ଜଗଦଳା, ମାଉଳିମାଲର ଭୁବନ ଜଗଦଳା ଏବଂ ସୋନପୁର ଥାନା ବାଙ୍କବିଜା ର ବେଣୁ ଦୀପ । ସୂଚନା ଅନୁସାରେ ଗତକାଲି ରାତିରେ ହରିଣାପାଲି ସଂରକ୍ଷିତ ଜଙ୍ଗଲରୁ ଏକ ଟାଟା ଏସି ଗାଡିରେ ଶାଳ କାଠ ଗଣ୍ଡିକୁ ଲୋର୍ଡ କରି ଚୋରା ଚାଲାଣ ହେଉଥିବା ବନ ବିଭାଗ ଖବର ପାଇଥିଲା । ରେଞ୍ଜର ଦେବରାଜ ଛତ୍ରୀଆ ନେତୃତ୍ୱରେ ଫରେଷ୍ଟର ଦିନେଶ ମାଝୀ ଓ ଷ୍ଟାଫ ଙ୍କ ସମେତ ସ୍କ୍ୱାର୍ଡ ଟିମ ଚଢାଉ କରିଥଲେ l ଚଢ଼ାଉ ବେଳେ ସେଠାରୁ ଟାଟା ଏସି ଗାଡ଼ି ସହ ୭ ଖଣ୍ଡ ଶାଳ କାଠ ଗଣ୍ଡିକୁ ଜବତ କରି ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥଲେ ଲ ଏନେଇ ବନ ବିଭାଗ ତରଫରୁ ୫୯/୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments