Homelocalଟିଟିଲାଗଡ ରେ ଡିଜିଟାଲ ଲାଇବ୍ରେରି ଏବଂ ଡିଏଭି କଲେଜ ରେ ପିଜି ପାଠ୍ୟକ୍ରମ ପାଇଁ ଉଚ୍ଚ...

ଟିଟିଲାଗଡ ରେ ଡିଜିଟାଲ ଲାଇବ୍ରେରି ଏବଂ ଡିଏଭି କଲେଜ ରେ ପିଜି ପାଠ୍ୟକ୍ରମ ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଦାବିପତ୍ର

ଟିଟିଲାଗଡ, (୨୦/୦୮) : ଆପ୍ର : ଟିଟିଲାଗଡ ରେ ୧୯୬୮ ମସିହା ରେ ସ୍ଥାପିତ ହୋଇଥିଲା ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ । କିନ୍ତୁ ସ୍ଥାପନ ର ୫୭ ବର୍ଷ ପୁରିଥିଲେ ହେଁ ଅଦ୍ୟାବିଧି ଏହି କଲେଜ ରେ ସମସ୍ତ ବିଭାଗ ରେ ପିଜି ପାଠ୍ୟକ୍ରମ ଆଜି ଯାଏଁ ଆରମ୍ଭ ହୋଇପାରିନାହିଁ ।

ବର୍ତ୍ତମାନ କେବଳ ୧୬ ଟି ବିଭାଗ ରୁ ୩ଟି ବିଭାଗ ରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇପାରିଛି । ଏହି ମହାବିଦ୍ୟାଲୟ ରେ ସ୍ଥାନୀୟ ଅଞ୍ଚଳ ତଥା ଆଖପାଖ ସୀମାବର୍ତ୍ତୀ ଜିଲ୍ଲା ର ଛାତ୍ର ମଧ୍ୟ ବହୁ ମାତ୍ରା ରେ ନିର୍ଭରଶିଳ । ତେଣୁ ସମସ୍ତ ବିଭାଗ ରେ ପିଜି ପାଠ୍ୟ କ୍ରମ ନ ଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳ ର ଛାତ୍ର ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଏବଂ ବାଧ୍ୟ ହୋଇ ଉଚ୍ଚ ଶିକ୍ଷା ପାଇଁ ଅନ୍ୟ ସହର କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଅନ୍ୟପକ୍ଷରେ ଟିଟିଲାଗଡ ସମଗ୍ର ଓଡ଼ିଶା ର ଏକ ବୃହତ୍ ଉପଖଣ୍ଡ ତଥା ମ୍ୟୁନିସିପାଲିଟୀ କିନ୍ତୁ ଏଯାବତ୍ ସହର ରେ ଛାତ୍ର ଙ୍କ ପାଇଁ ଉଦ୍ଧିଷ୍ଟ ଏକ ସ୍ୱତନ୍ତ୍ର ଡିଜିଟାଲ ଲାଇବ୍ରେରି ସ୍ଥାପନ ହୋଇପାରି ନାହିଁ । ତେଣୁ ଟିଟିଲାଗଡ ର ଛାତ୍ର ବାଧ୍ୟ ହୋଇ ବଡ ସହର କୁ ପରୀକ୍ଷା ପ୍ରସ୍ତୁତି ପାଇଁ ଯାଉଛନ୍ତି । ତେଣୁ ଟିଟିଲାଗଡ ର ଯୁବକ ଛାତ୍ର ଙ୍କ ସାମୂହିକ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଟିଟଲାଗଡ ବିକାଶ ସେନା ଅଧ୍ୟକ୍ଷ ଈଂ ଅମ୍ଳାନ ଷଡ଼ଙ୍ଗୀ ଓଡ଼ିଶା ର ଉଚ୍ଚଶିକ୍ଷା ତଥା ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ୨ଟି ଦାବି ସମ୍ବଲିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ପ୍ରଥମ ରେ ଟିଟିଲାଗଡ ରେ ଏକ ୨୦୦ ଛାତ୍ର ଙ୍କ ବସିବା ସୁବିଧା ଥିବା ଭଳି ଏକ ଡିଜିଟାଲ ଲାଇବ୍ରେରି ଏବଂ ଦ୍ୱିତୀୟ ରେ ଡିଏଭି କଲେଜ ର ସମସ୍ତ ୧୬ଟି ବିଭାଗ ରେ ପିଜି ପାଠ୍ୟକ୍ରମ ଚଳିତ ଶିକ୍ଷାବର୍ଷ ରୁ ଆରମ୍ଭ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି । ତେବେ ମାନନୀୟ ମନ୍ତ୍ରୀ ସମସ୍ତ ଦାବୀ ବିଷୟରେ ଶୁଣିବା ସହିତ ଏହା ଉପରେ ଯଥା ଶୀଘ୍ର ଗମ୍ଭୀରତା ର ସହିତ ବିଚାର ପୂର୍ବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments