Homelocalଲଗାଣ ବର୍ଷାରେ ଭୂଷୁଡିପଡିଲା କାନ୍ଥ, ଆଇ ଓ ନାତିର ମୃତ୍ୟୁ

ଲଗାଣ ବର୍ଷାରେ ଭୂଷୁଡିପଡିଲା କାନ୍ଥ, ଆଇ ଓ ନାତିର ମୃତ୍ୟୁ

ଜଳେଶ୍ବର, (୧୮/୦୮) : ଆପ୍ର : ଲଗାଣ ବର୍ଷାରେ ବିଳମ୍ବିତ ରାତିରେ ଭୂଷୁଡିପଡିଲା କାନ୍ଥ । ଶୋଇଥିବା ଅବସ୍ଥାରେ ଘଟଣାସ୍ଥଳରେ ଆଇ ଏବଂ ନାତିର ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର ହୋଇଛନ୍ତି ।

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କପାସୁଦା ଗାଁ’ରେ ଘଟିଛି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଲଗାଣ ବର୍ଷା ଓ ଜଳବନ୍ଦୀ ଯୋଗୁଁ ଘରର ମାଟିକାନ୍ଥ ଓଲଟି ପଡିଥିଲା । ସମସ୍ତେ କାନ୍ଥ ତଳେ ଚାପି ହୋଇଯାଇଥିଲେ । ମୃତକ ଆଇ ହେଲେ ରାଧିକା ଜେନା ଓ ନାତି ଜ୍ୟୋତିପ୍ରକାଶ ସ୍ୱାଇଁ ଏବଂ ଗୁରୁତର ନାତୁଣୀ ହେଲେ ସ୍ମୃତିରେଖା ସ୍ୱାଇଁ । ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ଦୁଇ ଜଣଙ୍କ ମୃତ୍ଯୁରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments