Homesportsସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସମାପନୀ ଉତ୍ସବ

ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସମାପନୀ ଉତ୍ସବ

ରାୟଗଡା, (୧୧/୦୬) : ଆପ୍ର : ରାୟଗଡା ସାଇପ୍ରିୟା ନଗର ସ୍ଥିତ ସାଇପ୍ରିୟା ବ୍ୟାଡମିଣ୍ଟନ୍ କୋର୍ଟରେ ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ଦୁଇ ମାସ ଧରି ଚାଲିଥିବା ବ୍ୟାଡମିଣ୍ଟନ୍ ପ୍ରଶିକ୍ଷଣ ଶିବିର ଓ ଟୁର୍ଣ୍ଣାମେଣ୍ଟର ସମାପନୀ ଉତ୍ସବ ଆନୁଷ୍ଟିତ ହୋଇଯାଇଛି ।WhatsApp Image 2026 06 11 at 09.38.08

କୋଚ୍ ଏ. ତ୍ରିନାଥ ରାଓଙ୍କ ତତ୍ତ୍ୱାବଧାନରେ ଫାଇନାଲ୍ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୱାକର. ଟି. ଜୟରାମ, ଏବଂ ପ୍ରତାପ ଚନ୍ଦ୍ର ବାଉରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ,କ୍ଲବ ସଦସ୍ୟ ଏବଂ ସ୍ଥାନୀୟ ଲୋକେ ଏହି ଚିତା କର୍ଷକ ଖେଳର ଭରପୂର ମଜା ଉଠାଇଥିଲେ । ଖେଳାଳି ମାନଙ୍କ ଦକ୍ଷତା ଓ କ୍ରୀଡ଼ା ମନୋଭାବ ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ।

WhatsApp Image 2026 06 11 at 09.38.07ସାଇପ୍ରୀୟା ୱାକର୍ଷ କ୍ଲବ୍ ଯୁବପିଢ଼ୀଙ୍କୁ ନିୟମିତ କ୍ରୀଡ଼ା ଚର୍ଚ୍ଚା ମାଧ୍ୟମରେ ଶାରୀରିକ ଓ ମାନସିକ ବିକାଶ ଦିଗରେ ଅଗ୍ରସର ହୋଇଥିବାର କହିଛନ୍ତି ଖେଳାଳି। ସାଇପ୍ରିୟା ୱାକର୍ସ କ୍ଲବର ସଭାପତି ଜୟକୃଷ୍ଣ ପ୍ରଧାନ,ସମ୍ପାଦକ ଜଗନ୍ନାଥ ନାୟକ, କୋଷାଧ୍ୟକ୍ଷ କେ. ବୈକୁଣ୍ଠ ରାଓ, ଉପସଭାପତି ଲାଲମୋହନ ବେହେରା ଓ ବିପ୍ରଚରଣ ବ୍ରହ୍ମାଙ୍କ ନିଷ୍ଠାପର ସଂଗଠନ କୌଶଳ, କ୍ଲବର ପ୍ରତିଷ୍ଠାତା ସଭାପତି ସୁବାସ ଚନ୍ଦ୍ର ବେହେରା ଓ ଜୋନାଲ୍ ସଭାପତି ଡା. ଏମ୍. ସୁରେଶ କୁମାରଙ୍କ ମାର୍ଗଦର୍ଶନ ସର୍ବଦା ଏହି କ୍ଲବ୍ ପାଇଁ ନିହାତି ଜରୁରୀ ବୋଲି କହିଛନ୍ତି ୱାକର୍ଷ ସଦସ୍ୟ ମାନେ । କ୍ଲବ୍ ସଦସ୍ୟ ସଦସ୍ୟା ମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠାପର ମନୋଭାବ ଏବଂ ସମର୍ପଣ ଯୋଗୁଁ ଆଜିର କାର୍ଯ୍ଯକ୍ରମ ସ୍ମରଣୀୟ, ଗୌରବମୟ ହୋଇଛି । ଟୁର୍ଣ୍ଣାମେଣ୍ଟ ଦ୍ଵାରା ଶୃଙ୍ଖଳା, ଭ୍ରାତୃତ୍ୱ ଓ ସାମାଜିକ ଏକତା ସୃଷ୍ଟି କରି ଗଭୀର ଛାପ ଛାଡ଼ିଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments