Homelocalଶୋଇଥିବା ବେଳେ ମାଟି କାନ୍ଥ ଭୁଶୁଡି ଜଣେ ମୃତ

ଶୋଇଥିବା ବେଳେ ମାଟି କାନ୍ଥ ଭୁଶୁଡି ଜଣେ ମୃତ

ମୟୂରଭଞ୍ଜ, (୦୧/୦୯) : ଆପ୍ର : ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ଜଣେ ମୃତ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ମାତକମଡ଼ିହି ଗାଁ’ରେ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ।

ମୃତ ମହିଳା ବଡ଼ଭୁଣ୍ଡୁ ଗାଁ’ର ସିନଗୋ ମୁର୍ମୁ । ସେ ଦୀର୍ଘ ଦିନ ଧରି ମାତକମଡ଼ିହି ସ୍ଥିତ ନିଜ ବାପ ଘରେ ରହୁଥିଲେ। ଗତକାଲି ରାତିରେ ସେ ଘରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଜଗୁ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ସିନଗୋ କାନ୍ଥ ତଳେ ଚାପି ହୋଇଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ତିରିଂ ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାଟି ତଳୁ ତାଙ୍କୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଯାଇଛି। ଘଟଣା ସ୍ଥଳରେ ରାଇରଙ୍ଗପୁର ବିଧାୟକ ଜନେଲ ନାଏକ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments