ରାୟଗଡାରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

Date:

Share post:

ରାୟଗଡା, (୩୦/୦୫) : ଆପ୍ର : ରାୟଗଡା ଜିଲ୍ଲା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅଣ-କ୍ୟାଡର ସରକାରୀ ଅଭିଯୋଜକ ମାନଙ୍କ ପାଇଁ ଏକ ଦୁଇଦିନିଆ ପ୍ରାରମ୍ଭିକ ଓ ସ୍ମାରକ ପ୍ରଶିକ୍ଷଣ ଶିବିର ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ।

ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଏବଂ ଭୁବନେଶ୍ୱର ସ୍ଥିତ ସରକାରୀ ଅଭିଯୋଜନ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଅଦାଲତଗୁଡ଼ିକରେ ଦଣ୍ଡବିଧାନ ବା ସଜା ହାର (Conviction Rate) ବୃଦ୍ଧି କରିବା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ସୁରେନ୍ଦ୍ର କୁମାର ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ରାୟଗଡ଼ା ଡେପୁଟି ଡାଇରେକ୍ଟର ଅଫ୍ ପବ୍ଲିକ ପ୍ରସିକ୍ୟୁସନ ଶ୍ରୀ ଅଜିତ କୁମାର ପଟ୍ଟନାୟକଙ୍କ ଅନୁମତି କ୍ରମେ ଶିବିର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି ଗରିମାମୟ ଉତ୍ସବରେ ରାୟଗଡା ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ସରକାରୀ ଅଭିଯୋଜକମାନଙ୍କୁ ସରକାରଙ୍କ ତରଫରୁ ପରିଚୟ ପତ୍ର ପ୍ରଦାନ କରିବା ସହ ସେମାନଙ୍କର କର୍ତ୍ତବ୍ୟନିଷ୍ଠା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ରାଜପ୍ରସାଦ, ପବ୍ଲିକ ପ୍ରସିକ୍ରୁଟର ରାୟଗଡା ବିକ୍ରମ କୁମାର କୁଣ୍ଡ ଏବଂ ସରକାରୀ ପ୍ଲିଡର ଶ୍ରୀଯୁକ୍ତ ପଦ୍ମନାଭ ଦାସ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ନ୍ୟାୟିକ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ପାଇଁ ଅଭିଯୋଜନ ସହିତ ପୋଲିସ ଓ ପ୍ରଶାସନର ଉତ୍ତମ ସମନ୍ୱୟ ରକ୍ଷା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ ।

ଶିବିରର ବିଭିନ୍ନ ବିଷୟଭିତ୍ତିକ ପ୍ରଶିକ୍ଷଣ ଅଧିବେଶନରେ ଦେଶର ନୂତନ ଆଇନ ବ୍ୟବସ୍ଥା ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଡେପୁଟି ଡାଇରେକ୍ଟର ଶ୍ରୀ ଅଜିତ କୁମାର ପଟ୍ଟନାୟକ BNSS ଅଧୀନରେ ଅଭିଯୋଜକଙ୍କ ଭୂମିକା ଓ ଯାଞ୍ଚ ସମୟସୀମା ଏବଂ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ବିକ୍ରମ କୁମାର କୁଣ୍ଡୁ e-Prosecution ଓ ICJS ଭଳି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରଭାବଶାଳୀ ଚୂଡ଼ାନ୍ତ ଯୁକ୍ତି ଉପସ୍ଥାପନ ଉପରେ ତାଲିମ ପ୍ରଦାନ କରିଥିଲେ। ସେହିପରି SDPO ଶ୍ରୀମତୀ ସନ୍ତୋଷିନୀ ଓରାମ ନୂତନ ବ୍ୟବସ୍ଥାରେ ପୀଡ଼ିତ-କେନ୍ଦ୍ରିକ ପ୍ରାବଧାନ ଓ ଜାମିନ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜମି ବିବାଦକୁ ନେଇ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (୨୦/୦୬) : ଆପ୍ର : ଜମିର ମରାମତି କରୁଥିବାବେଳେ ଚାରି ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ତିନୋଟି ଟ୍ରାକ୍ଟର ଓ ଗୋଟିଏ...

ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଦିନ ପାଳନ

ରାୟଗଡା, (୨୦/୦୬) : ଆପ୍ର : ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ହରି ଶଙ୍କର ସିଂଘାଣିଆଙ୍କ ୯୩ତମ ଜନ୍ମ ଦିନ ପାଳନ...

ଗାଁ ଦୁଆରେ ସରକାର: ୨୦ ଜୁନ୍‌ରୁ ପ୍ରତି ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’

ଭୁବନେଶ୍ୱର, (୨୦/୦୬) : ଆପ୍ର : ସରକାରୀ ଯୋଜନାର ଲାଭ ଯେପରି କୌଣସି ଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ବଞ୍ଚିତ ନ ହୁଏ ଏବଂ ଜନସାଧାରଣଙ୍କ...

ମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

କେନ୍ଦୁଝର, (୨୦/୦୬) : ଆପ୍ର : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା...