ଗୁଣୁପୁର, (୯/୮) : ଆପ୍ର : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରର ଭାରତୀୟ ଜ୍ଞାନ ପ୍ରଣାଳୀ ବିଭାଗ ପକ୍ଷରୁ “ବୈଦିକ ବିମାନକୁ ଏକ ବାସ୍ତବତାରେ ପରିଣତ କରିବା ପାଇଁ ସଂସ୍କୃତ ଶାସ୍ତ୍ରଗୁଡ଼ିକର ଡିକୋଡିଂ” ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ହାଇଦ୍ରାବାଦସ୍ଥିତ ବେଦସ୍ କମ୍ପାନୀର ବିଶେଷଜ୍ଞ ତଥା ଏରୋନଟିକାଲ୍ ଇଞ୍ଜିନିୟର ଶ୍ରୀମତୀ କାବ୍ୟା ଭି ଯୋଗଦେଇ ସଂସ୍କୃତ ଶାସ୍ତ୍ରର ଡିକୋଡ଼ିଂ ଉଲ୍ଲେଖିତ ବିମାନ ସମ୍ପର୍କିତ ଧାରଣାକୁ ଆଧୁନିକ ଏରୋସ୍ପେସ୍ ବିଜ୍ଞାନ, ଇଞ୍ଜିନିୟରିଂ ଓ ନବସୃଜନର ଦୃଷ୍ଟିକୋଣ ବିଷୟରେ କହିଥିଲେ । ବିଶ୍ବବିଦ୍ୟାଳୟର ପ୍ରୋ ଉପ କୁଳପତି (ଭୌତିକ ବିଜ୍ଞାନ)ର ପ୍ରଫେସର ଏ ଭି ଏନ୍ ଏଲ ଶର୍ମା ଯୋଗ ଦେଇ ଭାରତୀୟ ଜ୍ଞାନର ଅନୁସନ୍ଧାନ ଏବଂ ଭବିଷ୍ୟତର ଇଞ୍ଜିନିୟର ବିଷୟରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରର ଆବାହକ ଡ଼ଃ. ରାଘେବନ୍ଦ୍ର କୁମାର ସ୍ବାଗତ ଭାଷଣ ଦେଇଥିବା ବେଳେ ଡ଼ଃ .ପ୍ରତିଭା କର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସହଯୋଗୀ ପ୍ରଫେସର ଡ଼ଃ. ଡି. ଅନିଲ କୁମାର , ଡ଼ଃ. ନୀଳ ମାଧବ ପାଢ଼ୀ, ଡ଼ଃ. ଶିବ ପ୍ରସାଦ ପାତ୍ର ଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

